ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ସଡକ ଦୁର୍ଘଟଣା । ୫ମୃତ, ୩ ଗୁରୁତର

280

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ବ୍ରହ୍ମଣୀନାଳା ପାଖରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନୂଆପଡା ମେଡିକାଲରେ ଭର୍ତି କରାଯାଇଛି । ଦୁର୍ଘଟଣାରେ ଧରମବନ୍ଧା ଗାଁର ଈଶ୍ୱର ସତନାମୀ ଓ ପିଣ୍ଡିରିପାଣି ଗାଁର ଚାରାଚନ୍ଦ ମାଝୀଙ୍କ ମୃତ୍ୟୁ ଘଟିଛି । ଧରମବନ୍ଧା ଗାଁର ଭରୁଆ ସତନାମୀ, ନେତରାମ ସତନାମୀ, ପିଣ୍ଡିରିପାଣି ଗାଁର ଜୀବନ ମାଝୀ ଗୁରୁତର ଆହତ ହୋଇଛନ୍ତି ।

ସେପଟେ କେନ୍ଦୁଝରରେ ଯୋଡାରେ ବାଇକକୁ ପିଟିଛି ବୋଲେରୋ । ଫଳରେ ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଗଣେଶ ଭବନ ନିକଟରେ ରହୁଥିବା ଦୁଲୁନ ଲୋହାର ଓ ତାଙ୍କ ଛୋଟ ପୁଅ ଓ ଝିଅଙ୍କୁ ନେଇ କାଳୀପୂଜା ଦେଖିବାକୁ ଯାଉଥିବା ବେଳେ ସେମାନଙ୍କୁ ବୋଲେରୋ ଧକ୍କା ଦେଇଥିଲା । ତେବେ ବୋଲେରୋ ଡ୍ରାଇଭର ନିଶାଗ୍ରସ୍ତ ଥିବା ବେଳେ ତାଙ୍କୁ ଆହତ ଅବସ୍ଥାରେ ଯୋଡା ସ୍ଥିତ ଟିସ୍କୋ ମେଡିକାଲରେ ଭର୍ତି କରାଯାଇଛି ।