ଏମିତି ବି ବଞ୍ଚେ ଜୀବନ ! ପାଣିରେ ବୁଡିଯାଉଥିଲା କାର୍ । କୁନି ପୁଅକୁ ବଞ୍ଚାଇବା ପାଇଁ କାରରୁ ବ୍ରିଜ୍ ଉପରକୁ ପୁଅକୁ ଫିଙ୍ଗିଲେ ବାପା, ଲୋକେ କଲେ ଉଦ୍ଧାର ।

615

କନକ ବ୍ୟୁରୋ : ରଖେ ହରି ତ ମାରେ କିଏ । ମରଣ ମୁହଁରୁ ଅଳ୍ପକେ ବର୍ତି ଗଲା ଏକ ଶିଶୁ । ପାଣିରେ ବୁଡି ଯାଉଥିବା କାର ଭିତରୁ ଶିଶୁକୁ କାଢି ବାହାରକୁ ଫିଙ୍ଗି ଦେଲେ କାର ଭିତରେ ଥିବା ଜଣେ ବ୍ୟକ୍ତି । ହେଲେ ଶୁଖିଲା ଠିଆ ହୋଇଥିବା ଲୋକଙ୍କ ହାତରେ ନପଡି ଶିଶୁଟି ପୁଣି ପାଣିରେ ପଡିଯାଇଥିବା ବେଳେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ମଧ୍ୟପ୍ରଦେଶରୁ ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି ।

ନିବାରି ଜିଲ୍ଲାରେ ଗୋଟିଏ କାରରେ ୫ ଜଣ ବ୍ୟକ୍ତି ଯାଉଥିବା ବେଳେ ଏକ ପୋଲ ଉପରେ ଏକ ଅଟୋକୁ ରାସ୍ତା ଦେବାକୁ ଯାଇ ଭାରସ୍ୟାମ ହରାଇଥିଲା । ଫଳରେ କାରଟି ପୋଲ ତଳକୁ ଖସି ପଡିଥିଲା । କାରଟି ପାଣିରେ ବୁଡିଯାଇଥିବା ବେଳେ କାର ଭିତରୁ ଶିଶୁକୁ କାଢି ରାସ୍ତା ଉପରେ ଥିବା ଲୋକଙ୍କ ପାଖକୁ ଫିଙ୍ଗି ଦେଇଥିଲେ ତାର ବାପା । ହେଲେ ଦୁର୍ଭାଗ୍ୟବଶତଃ ଶିଶୁଟି ରାସ୍ତାରେ ଥିବା ଲୋକଙ୍କ ହାତରେ ନପଡି ପୁଣି ପାଣିରେ ପଡିଯାଇଥିଲା । ଯାହାକୁ ଦେଖି ରାସ୍ତା ଉପରେ ଠିଆ ହୋଇଥିବା ଲୋକ ପାଣିକୁ ଡେଇଁ ପଡିଥିଲେ. ଶିଶୁର ବାପା ମଧ୍ୟ କାର ଉପରୁ ଡେଇଁ ଶିଶୁଟିକୁ ପାଣିରୁ ଉପରକୁ ଉଠାଇ ଦେଇଥିଲେ । ଶେଷରେ ଶିଶୁଟିକୁ ଉଦ୍ଧାର କରାଯାଇଛି । କାରରେ ଥିବା ଅନ୍ୟ ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି ।