ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଗଜପତି ମହାରାଜା । ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ । 

128

କନକ ବ୍ୟୁରୋ:  ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କ୍ଷୋଭ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଦିବ୍ୟସିଂହ ଦେବ । ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ପ୍ରତିକ୍ରିୟା ରଖିଥିଲେ ।

ସେ କହିଥିଲେ, ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ । ଶ୍ରୀମନ୍ଦିରର ଭବିଷ୍ୟତ ଓ ବର୍ତମାନ ପ୍ରତି ଯେପରି କୌଣସି ଆଘାତ ନପହଂଚେ ତା ଉପରେ ନଜର ଦେବାର ଆବଶ୍ୟକତା ରହିଛି । ଯାହା କାମ ଚାଲିଛି ତାହା ମନ୍ଦିର ଉପରେ ପ୍ରଭାବ ପଡ଼ିପାରେ । ତାଙ୍କ ଅନୁପସ୍ଥିତିରେ କାମ କରାଯାଉଛି । ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଥିଲା ବୋଲି କହିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟଙ୍କ ଏଭଳି ପ୍ରତିକ୍ରିୟା ପରେ ତାଙ୍କୁ ଭେଟିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜାଙ୍କ ସହ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧ୍ୟ ଗଜପତିଙ୍କୁ ଭେଟିଛନ୍ତି ।