ଜଳହସ୍ତୀ ଦେହରେ ଲାଗଛିି ସିରିଞ୍ଜ । ସିରିଞ୍ଜ ଥାଇ ବୁଲୁଛି ମାଈ ଜଳହସ୍ତୀ । 

145

କନକ ବ୍ୟୁରୋ: ନନ୍ଦନକାନନରେ ଏହି ଜଳହସ୍ତୀ ଦେହରେ ଲାଗଛିି ସିରିଞ୍ଜ । ରବିବାର ସକାଳେ ତାକୁ ଟ୍ରାଙ୍କୁଲାଇଜ ପାଇଁ ଇଂଜେକସନ ଦିଆଯାଇଥିଲା ।  କିନ୍ତୁ  ଇଞ୍ଜେକସନ ଦେବା ପରେ ବୋଧହୁଏ ସିରିଞ୍ଜକୁ କାଢିବାକୁ ଭୁଲିଯାଇଛନ୍ତି ଚିକିତ୍ସକ । ଆଉ ଏନକ୍ଲୋଜରରେ ଦେହରେ ସିରିଞ୍ଜ ଥାଇ ବୁଲୁଛି ମାଈ ଜଳହସ୍ତୀ । କଳ୍ପନା କରନ୍ତୁ କାହାକୁ ଇଞ୍ଜେକସନ ଦିଆଯାଇଥିବ ଓ ସିରିଞ୍ଜ କାଢିବାକୁ ଭୁଲିଯାଇଥିବେ ଡାକ୍ତର ।

ନନ୍ଦନକାନନର ୬୩ ନମ୍ବର ଏନକ୍ଲୋଜରରେ ଥିବା ୪ ବର୍ଷର ଜଳହସ୍ତୀକୁ ଇଂଜେକସନ ଦେବା ପାଇଁ ରବିବାର ସକାଳେ ଡାକ୍ତର ଆସିଥିଲେ । ଏନକ୍ଲୋଜର ଭିତରେ ଥିବା ଏକ ଘର ଭିତରେ ପୁରାଇ ଟ୍ରାଙ୍କୁଲାଇଜ କରିବା ପାଇଁ ଇଂଜେକସନ ଦିଆଯାଇଥିଲା ।  ହେଲେ ଅସୁସ୍ଥ ମାଈ ଜଳହସ୍ତୀ ଦେହରେ ସିରିଞ୍ଜ ଲାଗିରହିଥିଲେ ବି  ତାକୁ ବାହାର ନ କରି ଚିକିତ୍ସକମାନେ ଫେରିଯାଇଥିଲେ ।