ମୌସୁମୀ ଉଭାନ : ପୁରୀ ଜିଲ୍ଲାରେ ମରୁଡି ଆଶଙ୍କା, ଚାଷ ଜମିର ବିକଳ ଚିତ୍ରରେ ଚାଷୀକୂଳ ବ୍ୟଥିତ; ସ୍ଥିତି ଦେଖି କାନ୍ଦିପକାଇଲେ ଅସ୍ତରଙ୍ଗର ୮୦ ବର୍ଷର ବୃଦ୍ଧା

304

କନକ ବ୍ୟୁରୋ : ମୌସୁମୀ ଉଭାନ । ବର୍ଷାର ଦେଖାନାହିଁ । ଫଳରେ ପୁରୀ ଜିଲ୍ଲାରେ ମରୁଡି ଆଶଙ୍କା ଦେଖାଦେଇଛି । ଚାଷ ଜମିର ବିକଳ ଚିତ୍ର ଚାଷୀଙ୍କୁ ବ୍ୟଥିତ କରିଛି । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ପ୍ରଚଣ୍ଡ ଖରାରେ ଚାଷଜମିରେ ଚାଷକାମ କରୁଛି ଚାଷୀ । ଚାଷଜମିର ଅବସ୍ଥା ଦେଖି ଚାଷୀ ଆଖିରେ ଆସିଛି ଲୁହ । ଅସରଙ୍ଗର ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କ କହିବା କଥା ହେଲା ଏଭଳି ସ୍ଥିତି ସେ କେବେ ଦେଖିନାହାନ୍ତି । ଆବଶ୍ୟକତା ଠାରୁ କମ ବର୍ଷା ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

କେତେକ ସ୍ଥାନରେ  ଚାଷୀ ଗାଡିଆ ପୋଖରୀ ପାଣିରେ  ତଳି କିଆରି ପ୍ରସ୍ତୁତ କରିଥିବାବେଳେ  ଅନେକ ସ୍ଥାନରେ ଲିଫ୍ଟ ଇରିଗେସନ  ଯୋଜନା ଫେଲ ମାରିଥିବା  ଅଭିଯୋଗ ହୋଇଛି । ଆଷାଢ ମାସରେ  ବର୍ଷାର ଦେଖାନାହିଁ । ପ୍ରବଳ ଖରାଯୋଗୁଁ  ଚାଷ ଜମି ଫାଟି ଆଁ କଲାଣି । ତଳି ପୋଡି ଗଲାଣି । ଟିକେ  ବଡ ହୋଇଯାଇଥିବା ଧାନଗଛଗୁଡିକ ବି ଜଳିଗଲାଣି ।