ଦେଶରେ ପ୍ରଥମ ଥର ଲାଗି ଦିନକରେ ରେକର୍ଡ ୫୫ ହଜାରରୁ ଅଧିକ ଆକ୍ରାନ୍ତ : ୭୭୯ ନୂଆ ମୃତ୍ୟୁ ସହ ମୃତ୍ୟୁସଂଖ୍ୟା ୩୫ ହଜାର ୭୪୭; ୧୬ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

246

କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତକାଲି ୨୪ ଘଣ୍ଟାରେ ୫୨,୧୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି ।  ସମଗ୍ର ଦେଶରେ ୧୬,୩୮,୮୭୦ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ଘଣ୍ଟାରେ ସର୍ବାଧିକ ୫୫,୦୭୮ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୭୮୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୫୭୪୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୫,୦୭୮ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୫,୩୧୮ରହିଛି । ୨୪ ଘଣ୍ଟାରେ ୭୭୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪ ଜଣ, ଆନ୍ଧ୍ରପ୍ରଦେଶରେ ୧୨୮୧ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୯୪ ଜଣ, ବିହାରରେ ୨୮୨ଜଣ, ଚଣ୍ଡିଗଡ଼ରେ ୧୪ ଜଣ, ଛତିଶଗଡ଼ରେ ୫୧ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୯୩୬ଜଣ, ଗୋଆରେ ୪୨ଜଣ, ଗୁଜରାଟରେ ୨୪୧୮ଜଣ, ହରିୟାଣାରେ ୪୧୭ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୬୫ଜଣ, ଝାଡ଼ଖଣ୍ଡରେ ୧୦୩ଜଣ, କର୍ଣ୍ଣାଟକରେ ୨୨୩୦ଜଣ, କେରଳରେ ୭୦ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୫୭ଜଣ, ମହାରାଷ୍ଟ୍ରରେ ୧୪୭୨୯ଜଣ, ମଣିପୁର ୪, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୬୯ ଜଣ, ପୁଦ୍ଦୁଚେରୀରେ ୪୮ଜଣ, ପଞ୍ଜାବରେ ୩୭୦ଜଣ, ରାଜସ୍ଥାନରେ ୬୬୩ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୩୮୩୮ଜଣ, ତେଲେଙ୍ଗାନାରେ ୫୦୫ ଜଣ, ତ୍ରିପୁରାରେ ୨୧ ଜଣ, ଉତ୍ତରାଖଣ୍ଡରେ ୭୬ ଜଣ, ଉତ୍ତରପ୍ରଦେଶରେ ୧୫୮୭ଜଣ ଏବଂ ପଶ୍ଚମବଙ୍ଗରେ ୧୫୩୬ ଜଣ ।