ଅତିିରିକ୍ତ ବ୍ଲକ ଶିକ୍ଷାଧାକରୀର ପରିଚୟ ଦେଇ ମୃତ ବିଇଓଙ୍କ ପତ୍ନୀଙ୍କ ଠାରୁ ୩୦ ଲକ୍ଷ ଲୁଟ । ଝିଅକୁ ରେଲୱେରେ ଚାକିରୀ କରାଇବାକୁ କହି ଟଙ୍କା ଠକିନେଲା ସାଇବର ଲୁଟେରା

193

କନକ ବ୍ୟୁରୋ : ନିଜକୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ପରିଚୟ ଦେଇ ମୃତ ବ୍ଲକ ଶିକ୍ଷା ଅଧିକାରୀଙ୍କ ପତ୍ନିଙ୍କ ଠାରୁ ୩୦ ଲକ୍ଷ ଲୁଟ । ବିଇଓଙ୍କ ଝିଅକୁ ରେଲୱେରେ ଚାକିରି ଦେବାକୁ କହି ପତ୍ନୀଙ୍କ ଠାରୁ ଏଭଳି ଠକେଇ କରିଛନ୍ତି ଜଣେ ସାଇବର ଠକ । ମାଲକାନାଗିରି ମାଥଲି ବ୍ଲକରେ ଘଟିଛି ଏଭଳି ଘଟଶା ।
ମାଥଲିର ପୂର୍ବତନ ବିଇଓଙ୍କ ପତ୍ନୀ ରମ୍ଭା ନାୟକ ଏଭଳି ଠକେଇର ଶିକାର ହୋଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ସାଇବର ସେଲର ସହଯୋଗରେ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଜଗତସିଂହପୁର ତିର୍ତୋଲର ସ୍ମୃତି ଶେଖର ଜେନା । ସ୍ମୃତି ଜଣେ ଠକ ଇଞ୍ଜିନିୟର ହୋଇଥିବା ବେଳେ ପେଟିଏମ ଭଳି କେତକ କମ୍ପାନୀରେ କାମ ମଧ୍ୟ କରିଛନ୍ତି । ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ସ୍ମୃତି ଗୁଗୁଲରୁ ଚାକିରି ଆଶାୟୀଙ୍କ ଡାଟାବେଶ ଆଣି ଏଭଳି ଠକେଇ କରୁଥିଲା । ପୂର୍ବରୁ କୋରାପୁଟ, ରାୟଗଡ଼ାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିବା ପୋଲିସ ସୂଚନା ଦେଇଛି ।