ଜରୁରୀ ଅବତରଣ କଲା ଯୋଗୀଙ୍କ ହେଲିକପ୍ଟର । ଆକାଶପଥରେ ଏମିତି କଣ ଘଟିଲା, ଜାଣନ୍ତୁ ପୂରା ଘଟଣା କଣ?

269

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର କଲା ଜରୁରୀକାଳୀନ ଅବତରଣ । ଆକାଶପଥରେ ହେଲିକପ୍ଟରରେ ପକ୍ଷୀ ଧକ୍କା ହେବା ପରେ ଯୋଗୀଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥ ପୂରା ସୁରକ୍ଷିତ ଅଛନ୍ତି । ବାରଣାସୀରୁ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉଡାଣ ଭରିଥିଲେ ଯୋଗୀ । ତେବେ ଆକାଶପଥରେ ଏକ ପକ୍ଷୀ ସହ ଧକ୍କା ହେବା ପରେ ତୁରନ୍ତ ହେଲିକପ୍ଟରକୁ ଅବତରଣ କରିଥିଲେ ସୁରକ୍ଷା ଅଧିକାରୀ ।

ମିଳିଥିବା ସୂଚନା ମୁତାବକ, ହେଲିକପ୍ଟରର ଜରୁରୀକାଳୀନ ଅବତରଣ ପରେ ଯୋଗୀ ଆଦିତ୍ୟନାଥ କିଛି ସମୟ ପାଇଁ ବାରଣାସୀର ସର୍କିଟ ହାଉସରେ ଅଟକିଥିଲେ । ତେବେ ସେଠାରୁ ଏକ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି ।