ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ

243

କନକ ବ୍ୟୁରୋ : ଜୁଲାଇ ୨୦୨୩ ଇତିହାସର ସବୁଠୁ ଉତପ୍ତ ମାସ ବୋଲି ନାସା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ଏତେମାତ୍ରାରେ ଅସହ୍ୟ ଯେ, ଯାହା ଅନେକ ରେକର୍ଡ଼ ଭାଙ୍ଗିଛି । ଆମେରିକାର ଗବେଷଣା ସଂସ୍ଥା ନାସାର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଜୁଲାଇ ମାସ ଇତିହାସର ସୁବୁଠୁ ଉତପ୍ତ ମାସ । ନାସାର ଜଳବାୟୁ ବୈଜ୍ଞାନିକ ଗୋବିନ ସିମିଟ ଉପଗ୍ରହ ତଥ୍ୟର ବିଶେଷ୍ଳଣ କରି ଏଭଳି ରିପୋର୍ଟ ଦେଇଛନ୍ତି । ସବୁଜ ଗ୍ୟାସର ଲଗାତର ନିର୍ଗମନ ଓ ଏଲିନିନୋର ପ୍ରଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି । ୧୮ଶହ ଦଶକରେ ତାପମାତ୍ରାର ରେକର୍ଡ଼ ରଖିବା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୨୦୨୩ ସବୁଠୁ ଉତପ୍ତ ବର୍ଷ ବୋଲି କୁହାଯାଇଛି ।