ଫେରାର ଅଭିଯୁକ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର । ଅଭିଯୁକ୍ତର ମୃତ୍ୟୁ ପାଇଁ ଦାୟୀ କିଏ ?

517

କନକ ବ୍ୟୁରୋ: କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତ ଶଙ୍କର୍ଷଣ ବେହେରାଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହୋଇଛି । ମୋବାଇଲ ଚୋରି ଅଭିଯୋଗରେ ଶଙ୍କର୍ଷଣ ଓରଫ ବବଲୁଙ୍କୁ ପଚରାଉଚରା କରୁଥିଲା ପୋଲିସ । ଶଙ୍କର୍ଷଣଙ୍କ ମୃତ୍ୟୁକୁ ନେଇ ପୋଲିସକୁ ଦାୟୀ କରିଛନ୍ତି ପରିବାରଲୋକେ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନଷ୍ଠାନ ପାଇଁ ଦାବି କରିଛନ୍ତି ।

  • ଫେରାର ଅଭିଯୁକ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର
  • ଅଭିଯୁକ୍ତର ମୃତ୍ୟୁ ପାଇଁ ଦାୟୀ କିଏ ?

ଏକ ମୋବାଇଲ ଚୋରି ଅଭିଯୋଗରେ ଦୁଇଦିନ ଧରି କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଅଟକ ଥିବା ବବଲୁ ବେହେରା ଶୁକ୍ରବାର ହଠାତ ଫେରାର ହୋଇ ମହାନଦୀକୁ ଡେଇଁପଡିଥିଲା । ଆଉ ନଦୀରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ଆଉ ଶନିବାର ସକାଳେ ବବୁଲର ମୃତଦେହ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ବବୁଲର ମହାନଦୀରେ ପଶିଥିବାର ଭିଡିଓ ଖୋଦ ତାଙ୍କ ଭିଣୋଇ ସୁଟ କରିଥିଲେ । ଆଉ ବବୁଲର ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରିଛନ୍ତି ପରିବାର ଲୋକେ

  • ବବଲୁକୁ ପୁଲିସ ଦେଉଥିଲା କି ନିର୍ଯାତନା?
  • କାହାର ଅବହେଳା ଯୋଗୁଁ ବବୁଲ ହେଲା ଫେରାର

ମୋବାଇଲ ଚୋରି ଅଭିଯୋଗରେ ବବଲୁକୁ କଟକ କ୍ୟାଣ୍ଟନମେଣ୍ଟ ଥାନାକୁ ଅଣାଯାଇଥିଲା । ତାଙ୍କୁ ପଚରାଉଚାର ପରେ ଛାଡିଦିଆଯିବ ବୋଲି ପୁଲିସ କହିଥିଲା । ତେବେ କେଉଁ ପରିସ୍ଥିତିରେ ବବୁଲ ଫେରାର ହେଲା ଓ ତାର ମୃତ୍ୟୁ ପାଇଁ ଦାୟୀ କିଏ ସେ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ମହନଦୀରୁ ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ଥାନାକୁ ଆସି ପାଟିତୁଣ୍ଡ କରିଥିଲେ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନଷ୍ଠାନ ପାଇଁ ଦାବି କରିଥିଲେ । ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଏଡିସିପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ସରିଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ।

ମୋବାଇଲ ଚୋରି ଅଭିଯୋଗରେ ଜଣେ ଅଭିଯକ୍ତ ଥାନାରେ ଅଟକ ରହିବା , ପରେ ମହାନଦୀକୁ ଡେଇଁବା ଓ ମହାନଦୀରୁ ମୃତଦେହ ଉଦ୍ଧାର ହେବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ ?