ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ଭୂସ୍ଖଳନ

140

କନକ ବ୍ୟୁରୋ : ଦେଶର ଅଧା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ପ୍ରବଳ ବର୍ଷା କାରଣରୁ କେଉଁଠି ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବିଭିନ୍ନ ସ୍ଥାନରେ ଘର, ଅଫିସ ଆଦି କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ଘର ଭିତରେ ବନ୍ୟା, ଅନ୍ୟପଟେ ପ୍ରବଳ ବର୍ଷା ମଧ୍ୟ ଛାଡ଼ିବାର ନା ନେଉ ନାହିଁ । ଫଳରେ ଲୋକେ ନାଁ ଘରେ ରହିପାରୁଛନ୍ତି ନାଁ ବାହାରେ । କେବଳ ମହାରାଷ୍ଟ୍ର ନୁହେଁ ଗୁଜୁରାଟ, ଜମ୍ମୁ-କଶ୍ମୀର, ଉତରପ୍ରଦେଶ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ସହ ଭୂସ୍ଖଳନ ହୋଇଛି । ଅନ୍ୟପ୍ଣଙ୍କ ହଠାତ ବନ୍ୟା ଜଳ ଆସିବାରୁ କିପରି ପ୍ରଖର ସ୍ରୋତରେ ଫସିଯାଇଛି ଏକ ଯାତ୍ରୀବାହୀ ବସ୍ । ଉତରପ୍ରଦେଶର ବିଜନୋରର କୋଟାବାଲି ନଦୀର ଜଳସ୍ତର ବଢ଼ିଯିବାରୁ ଏପରି ପରିସ୍ଥିତି ଦେଖାଦେଇଛି । ହରିଦ୍ୱାର ଯାଉଥିବା ଏକ ବସ୍ ନଦୀ ଜଳରେ ଫସିବାରୁ ଚିତ୍କାର କରିଥିଲେ । ତେବେ ତୁରନ୍ତ ଘଟଣାସ୍ଥଳରେ ଜେସିବି ପହଁଚି ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ଲଗାତର ଭାବେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଭିନ୍ନ ଭିନ୍ନ ସ୍ଥାନରେ ଭୂସ୍ଖଳନ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଜମ୍ମୁ କାଶ୍ମିର, ଉତରାଖଣ୍ଡ, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଲୋକମାନେ ଭୟଭୀତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜମ୍ମୁରେ ପ୍ରବଳ ବର୍ଷା ଫଳରେ ଚେନାବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଉପକୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବା ଫଳରେ ଲୋକେ ପାଣିଘେରରେ ରହିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଜୀବନଯାପନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ପ୍ରଶାସନ । ଅନ୍ୟପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆକାଶମାର୍ଗରୁ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି ।