Monthly Archives

May 2020

ଭୋକ ଯେବେ ଭଗବାନ ସାଜେ…ଭୋକିଲା ବୁଝିଲା ଭୋକିଲାର ପେଟ କଥା । ନିଜେ ପାଣି ପିଇ ଅନ୍ୟକୁ ଖାଦ୍ୟ ପୁଡିଆ ଦେଲେ,…

କନକ ବ୍ୟୁରୋ: ଭୋକ ଦେଲା ଭୋକିଲାଙ୍କୁ ଖାଦ୍ୟ । ଭୋକିଲା ବୁଝିଲା ଭୋକିଲାର ପେଟ କଥା । ନିଜ ପେଟର ଜ୍ୱାଳାକୁ ଯିଏ ବୁଝିଛି ସେହି ହିଁ ଜାଣିଛି ଅନ୍ୟର ପେଟରେ କେମିତି ଜଳୁଥିବ ଭୋକର ନିଆଁ । ସେଇଥିପାଇଁ ତ ନିଜେ ପାଣି ପିଇ ଅନ୍ୟର ପେଟକୁ ବଢାଇ ଦେଉଛନ୍ତି ଖାଦ୍ୟ ପୁଡିଆ । ଗୋଟିଏ ଟ୍ରାକରେ ଭୋକ…

ଏମିତି ବିଦାୟ ମନେ ରହିବ…ସଙ୍ଗରୋଧ କେନ୍ଦ୍ରରେ ଶାଢୀ ବାଣ୍ଟିଲେ ସରପଞ୍ଚ । ଘରର କୁଣିଆ ପରି ଶାଢୀ ଦେଲେ, ଫୁଲ…

କନକ ବ୍ୟୁରୋ: ଫୁଲ ପଡୁଛି, ତାଳି ବାଜୁଛି, ଅରୁଆ ଚାଉଳ ଫିଙ୍ଗି ଜଣ ଜଣ କରି ସମସ୍ତଙ୍କୁ ବିଦାୟ ଦିଆଯାଉଛି । କାହାକୁ ଶାଢି ସହ ସ୍ନେହର ସନ୍ତକ ମିଳିଛି ତ କିଏ ମିଠା ଖାଇ ବିଦାୟ ବେଳର ମୁହୂର୍ତ୍ତକୁ ସବୁଦିନ ପାଇଁ ମନେ ରଖିଛି । ସଙ୍ଗରୋଧ କେନ୍ଦ୍ରରେ ଆପଣାର ହୋଇଥିବା ଅଜଣା ସମ୍ପର୍କକୁ ବିଦାୟ…

ରାସ୍ତାରେ ଅଟକିଛି କୋଭିଡ୍ କିଟ୍ । ବାହାର ରାଜ୍ୟରୁ ଆସିଥିବା ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟକୁ ଗ୍ରହଣ କରୁନାହାନ୍ତି…

କନକ ବ୍ୟୁରୋ : ରାଜଧାନୀ ରାସ୍ତା ଉପରେ ପଡିରହିଛି କୋଭିଡ-କିଟ୍ । ରାଜ୍ୟ ବାହାରୁ ଆସିଥିବା ଟ୍ରକ ଟ୍ରକ ମାସ୍କ ଓ ପିପିଇ କିଟକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଫଳରେ ରାଜଧାନୀ ରାସ୍ତା ଉପରେ ଠିଆ ହୋଇଛି ଏସବୁ ସାମଗ୍ରୀ ବୋଝେଇ ୨୫ରୁ ୩୦ଟି ଟ୍ରକ । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ…

କେବେ ମିଳିବ କାଳିଆର ଦର୍ଶନ ? ଭାବର ଠାକୁରଙ୍କୁ ଦେଖିବାକୁ ଆବେଗର ସହ ଅପେକ୍ଷା କରିଛି ଭକ୍ତ । ଜୁନ୍ ୮ରୁ ଖୋଲିବ…

କନକ ବ୍ୟୁରୋ : କେବେ ମିଳିବ ଜଗାର ଦର୍ଶନ । ଭକ୍ତ ଆବେଗର ସହିତ ଅପେକ୍ଷା କରୁଛି । ତାଲାବନ୍ଦ କଟକଣା ଭିତରେ ବନ୍ଦ ରହିଛି ଶ୍ରୀମନ୍ଦିର । ତେବେ ଜୁନ ୮ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଘୋଷଣା କରିବାପରେ ଏବେ ପ୍ରଶ୍ନ ଉଠୁଛି, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବ ନା ନାହିଁ ।…

ଓଡ଼ିଶା ମୁହାଁ ଉଡ଼ନ୍ତା ଆତଙ୍କ । ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ, ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ…

କନକ ବ୍ୟୁରୋ : ୬୦ ବର୍ଷ ପରେ ଓଡିଶା ମୁହାଁଇ ପାରନ୍ତି ପଙ୍ଗପାଳ । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ, ଜୁନ୍ ୧୫ ପରେ ବିହାର ଓ ଓଡିଶାକୁ ପଙ୍ଗପାଳ ଆସିପାରନ୍ତି । ୧୯୬୦ ମସିହାରେ ଓଡିଶାକୁ ପଙ୍ଗପାଳ ଆସିଥିଲେ ବୋଲି ଉଲ୍ଲେଖ ରହିଛି । ବିଶିଷ୍ଟ କବି ଗୋଦାବରିଶ ମହାପାତ୍ର, ତାଙ୍କ…

ମହାମାରୀ ମୁକାବିଲା ଭିତରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସାଙ୍ଘାତିକ ବୟାନ୍ । କହିଲେ ‘ନମସ୍ତେ ଟ୍ରମ୍ପ’…

କନକ ବ୍ୟୁରୋ : ଶିବସେନା ନେତା ସଞ୍ଜୟ ରାଉତ ମୁମ୍ବାଇରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଅଜବ ଯୁକ୍ତି ରଖିଛନ୍ତି । ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପାଇଁ କରୋନା ଭାଇରସର ବିସ୍ତାର ହୋଇଛି ବୋଲି ସେ କହିଛନ୍ତି । ସଞ୍ଜୟ ରାଉତଙ୍କ କହିବା ମୁତାବକ, ଗୁଜରାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…