କେନ୍ଦ୍ରାପଡାରେ ବାଣଫୁଟି ୨୦ ଜଣ ଆହତ । କାର୍ତ୍ତିକେଶ୍ୱର ମେଢ ଭସାଣି ବେଳେ ଅଘଟଣ

518

କନକ ବ୍ୟୁରୋ: କେନ୍ଦ୍ରାପଡାରେ ବାଣଫୁଟି ୨୦ ଜଣ ଆହତ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି କାର୍ତିକେଶ୍ୱର ମେଢ଼ ଭସାଣି ବେଳେ ଘଟିଛି ଅଘଟଣ । ବାଣ ଫୁଟାଇ ଶୋଭାଯାତ୍ରା ଚାଲିଥିବା ବେଳେ ବାଣୁଆ ବାଣ ଫୁଟାଇଥିଲା, ହେଲେ କୌଣସି କାରଣରୁ ବାଣ ଉପରକୁ ନଯାଇ ଫୁଟି ଯାଇଥିଲା । ତେବେ ଏହି ଅଘଟଣରେ ୨୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।