ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଚାଲିଛି ଜେରା । ୧୧ ଘଣ୍ଟା ଧରି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ୧୩ ଘଣ୍ଟା ଧରି ଅଛନ୍ତି ଇଡି ଅଫିସରେ 

125

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଚାଲିଛି ଇଡିର ଖୋଳତାଡ ।  ଆଜି ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଇଡି ଅଫିସରେ ବି ହାଜର ହେଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା ।  ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଗୋଟିଏ ଟେବୁଲରେ ଜେରା କରାଯାଇଛି । ବର୍ତ୍ତମାନ ବି ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା ଇଡି ଅଫିସରେ ଅଛନ୍ତି । ଅକ୍ଷୟ ପରିଜାଙ୍କୁ ଦୀର୍ଘ ୧୧ ଘଣ୍ଟା ହେଲା ଜେରା ଚାଲିଛି ।  ସେହିଭଳି ଶ୍ରଦ୍ଧାଞ୍ଜଳିଙ୍କୁ ୧୩ ଘଣ୍ଟା ଧରି ଜେରା କରାଯାଉଛି । ଜେରାବେଳେ ଶ୍ରଦ୍ଧାଞ୍ଜଳି କାନ୍ଦିଥିବା ସୂଚନା ମିଳିଛି ।  ସନ୍ଧ୍ୟାରେ ଇଡି ଅଫିସରେ ଡାକ୍ତରୀ ଟିମ ପହଞ୍ଚିଥିଲା । ଦୀର୍ଘ ସପ୍ତାହେ ହେଲା ଇଡିକୁ ଧରାଛୁଆଁ ନଦେଇ ଚକମା ଦେଉଥିଲେ ଶ୍ରଦ୍ଧାଞ୍ଜଳି । ୨୫ଟି ଲୋକେସନ୍ ବଦଳାଇବା ପରେ ହୋଟେଲରେ ଯାଇ ସମନ କରିଥିଲା ଇଡି । ସପ୍ତାହେ ହେଲା ଶ୍ରଦ୍ଧାଞ୍ଜଳିଙ୍କ ପିଛା କରୁଥିଲା ଇଡିର ସ୍ୱତନ୍ତ୍ର ଟିମ୍ ।