କାର୍ତ୍ତିକେଶ୍ୱର ଭସାଣି ବେଳେ ଅଘଟଣ : ବାଣ ନିଆଁରେ ୨୫ ଗୁରୁତରଙ୍କ ସହ ୪୦ରୁ ଅଧିକ ଲୋକ ଆହତ

112

କନକ ବ୍ୟୁରୋ : ଭସାଣି ବେଳେ ବାଣ ବିସ୍ଫୋରଣରେ ୪୦ ଉର୍ଦ୍ଧ୍ୱ ବ୍ୟକ୍ତ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଅଛନ୍ତି । ଚିକିତ୍ସା ପାଇଁ ମୋଟ ୩୩ ଜଣଙ୍କୁ କଟକ ଏସସିବି ମେଡିକାଲ ପଠାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ଆହତଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡା ବାଲିଆ ବଜାରରେ ଏଭଳି ଅଘଟଣ ଘଟଛି । କାର୍ତ୍ତିକ ମେଢ ଭସାଣୀ ବେଳେ ଘଟିଥିଲା ଏହି ଅଘଟଣ । ଭସାଣି ବେଳେ ବାଣ ଫୁଟା ପ୍ରତିଯୋଗିତା ଚାଲିଥିଲା ।

ଲକ୍ଷ ଲକ୍ଷ ଟଙ୍କାର ବାଣ ଏକାଠୀ ଗୋଟିଏ ସ୍ଥାନରେ ରଖାଯାଇଥିଲା । ଆଉ ସେଠାରୁ ବାଣ ନେଇ ଫୁଟାଯାଉଥିଲା । ସନ୍ଧ୍ୟାରେ ଧୁମଧାମରେ ଭସାଣୀ ଚାଲିଥିଲା । ଆଉ ନାଚଗୀତରେ ମସଗୁଲ ଥିଲେ ଲୋକେ । ହଠାତ୍ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିଲା । ଆଉ କେହି କିଛି ବୁଝିବା ଆଗରୁ ବାଣର ନିଆଁ ଚାରିଆଡକୁ ବ୍ୟାପିଥିଲା । ଲେକେ ଭୟରେ ଦୌଡିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ବାଣ ନିଆଁରେ ଆହତ ହୋଇଥିଲେ ଲୋକେ । ଆହତମାନଙ୍କୁ ମେଡିକାଲ ନେବା ପାଇଁ ହଠାତ୍ ଆମ୍ବୁଲାନ୍ସ ନ ମିଳିବାରୁ ଅଧିକ ଲୋକ ଗୁରୁତର ହୋଇଯାଇଥିବା କୁହାଯାଉଛି ।