ପୁଣି ଦିଲ୍ଲୀରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ

145

କନକ ବ୍ୟୁରୋ : ପବନ ଜୀବନ ଦିଏ ଓ ପବନ ଜୀବନ ନିଏ । ଏହି କଥାର ପ୍ରାସଙ୍ଗିକତା ଏବେ ଖୁବ ବଢିଯାଇଛି । କରୋନା କାଳରେ ରୋଗରେ ଯେତିକି ଲୋକ ମରୁନାହାନ୍ତି ତା ଠାରୁ ଅଧିକ ଲୋକ ବର୍ତ୍ତମାନ ଅକ୍ସିଜେନ ଅଭାବରେ ମୃତ୍ୟୁବରଣ କରୁଛନ୍ତି । ଗତକାଲି ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ଜଣ ଲୋକଙ୍କର ଜୀବନ ଯାଇଥିବା ବେଳେ ଆଜି ସେହି ଦିଲ୍ଲୀର ଜୟପୁର ସହରରେ ଥିବା ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୦ ଜଣ କରୋନା ସଂକ୍ରମିତଙ୍କର ଜୀବନ ଯାଇଛି ।

ଜୟପୁର ଗୋଲଡେନ ହସ୍ପିଟାଲର ଏମଡି ଡିକେ ବଲୁଜା କହିଛନ୍ତି କି ଗତକାଲି ସନ୍ଧ୍ୟାରେ ଅକ୍ସିଜେନ ଅଭାବରୁ ୨୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେ ଏହି ହସ୍ପିଟାଲରେ ଅକ୍ସିଜେନର ଅଭାବ ରହିଛି । ଏହି ହସ୍ପିଟାଲରେ ଏବେ ବି ୨୧୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏନେଇ ମେଡିକାଲର ଏମଡି ରାଜ୍ୟ ସରକାର ଓ ଅନ୍ୟ ଏଜେନ୍ସି ମାନଙ୍କୁ ଅକ୍ସିଜେନ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ।