ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମରେ ସିବିଆଇ ଦାଖଲ କଲା ମାମଲା । ବିଭିନ୍ନ ସ୍ଥାନରେ ଚଢାଉ ଜାରୀ

51

କନକ ବ୍ୟୁରୋ : ମହରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଛି । ଏହାପୂର୍ବରୁ ଶୁକ୍ରବାର ଦିନ ସିବିଆଇ ଅନିଲ ଦେଶମୁଖଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ କରିଥିଲା । ମୁମ୍ବାଇର ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ  ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା । ଏହି ମାମଲାର ଯାଂଚ କୋର୍ଟ ସବିଆଇକୁ ଦେଇଥିଲା । ଅଦାଲତ ସିବିଆଇକୁ ପ୍ରାରମ୍ଭିକ ତଦନ୍ତ ପାଇଁ ୧୫ ଦିନ ସମୟ ଦେଇଥିଲା । ଏହି ସମୟ ମଧ୍ୟରେ ସିବିଆଇ ଯାଂଚ କରି ଦୁର୍ନୀତି ସଂପର୍କରେ ଅଭାସ ପାଇବା ପରେ ଶୁକ୍ରବାର ଦିନ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସିବିଆଇ କେବଳ ମାମଲା ରୁଜୁ କରିନାହିଁ । ଏନେଇ ସିବିଆଇ ଦେଶମୁଖଙ୍କ ଘର ସହ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅନ୍ୟପଟେ ଏହି ମାମଲାରେ ସଂପୃକ୍ତ ଅନ୍ୟକିଛି ଲୋକଙ୍କ ସବିଆଇ ପଚରା ଉଚରା କରୁଥିବା ଜଣାପଡିଛି ।

କହିରଖୁ କି ଅଦାଲତ ସିବିଆଇ ହାତକୁ ମାମଲାର ଯାଂଚ ପାଇଁ ଦେବା ପରେ ଦେଶମୁଖ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ବିରୋଧୀ ବିଜେପି ଉଦ୍ଧବ ସରକାରଙ୍କ ଉପରେ ବିଭିନ୍ନ ଆରୋପ ଲଗାଇବା ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫର୍ଡାନାଭିସ୍ ଦାବି କରିଥିଲେ ।