ହୀରାକୁଦରେ ଖୋଲିଲା ଆଉ ୨ ଗେଟ୍: ମୋଟ୍ ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ

104

କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ମୋଟ୍ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦରେ ଖୋଲିଲା ଗେଟ୍ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭ ଦଶମିକ ୦୮ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ ଲକ୍ଷ ୪୯ହଜାର ୫୦୮ କ୍ୟୁସେକ୍ ଜଳ ।

ଆଜି ସକାଳେ ପ୍ରଥମେ ୪ଟି ଓ ପରେ ଆଉ ୪ଟି ଗେଟ ଖୋଲିଥିଲା । ଏବେ ପୁଣି ୨ଟି ଗେଟ ଖୋଲିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ତେବେ ଏନେକ ନଦୀରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି ।