ଦେଶରେ ୨୪ ଘଂଟାରେ ଅଢେଇ ଲକ୍ଷ ତଳକୁ ଖସିଲା ପଜିଟିଭ୍: ଗତକାଲି ତୁଳନାରେ ଆସିଲା ୨୦ ହଜାର କମ୍ ମାମଲା

75

କନକ ବ୍ୟୁରୋ: ଦେଶରେ କମୁଛି ସଂକ୍ରମଣ । ଅଢେଲ ଲକ୍ଷ ତଳକୁ ଯାଇଛି  ନୂଆ ମାମଲା । ୨୪ ଘଂଟାରେ  ୨ ଲକ୍ଷ  ୩୮ ହଜାର  ୧୮ ନୂଆ ମାମଲା ଚିହ୍ନଟ ହୋଇଛି ।  ଦୈନିକ ସଂକ୍ରମଣ ହାର ୧୫ ତଳେ ରହିଛି ।  ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷରୁ ଅଧିକ ରହିଛି । ମହାରାଷ୍ଟ୍ର, ଦିଲ୍ଲୀ  ଓ କର୍ଣ୍ଣାଟକରେ ଏବେ ବି ସଂକ୍ରମଣ ବଢୁଛି । ତେବେ ଦିଲ୍ଲୀ , ମୁମ୍ବାଇ ଓ କୋଲକାତାରେ ସଂକ୍ରମଣ କମିଥିବାରୁ  ଦେଶରେ ସଂକ୍ରମଣ କମିଛି ବୋଲି ଆକଳନ କରାଯାଉଛି ।  ସେହିଭଳି  ଓମିକ୍ରନ ମାମଲା ବଢି ୮ ହଜାର ୮୯୧ ହୋଇଛି ।  କରୋନାର ମୁକାବିଲା ପାଇଁ ଟିକାକରଣକୁ ବି ଜୋରଦାର କରାଯାଇଛି । ବର୍ତମାନ ସୁଦ୍ଧା ୧୫୮ କୋଟି ଲୋକଙ୍କୁ ଟିକା ଦିଆଯାଇସାରିଲାଣି ।