ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି । ପର୍ଯ୍ୟଟଙ୍କ ମନ ମୋହୁଛି ଏସୀୟ ମାଟିଆ କଇଁଚ
ମିଜୋରାମର ଆଇଜଲ୍ ଚିଡ଼ିଆଖାନାରୁ ୫ ପ୍ରଜାତିର ୧୮ ଜୀବ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି
ମିଜୋରାମର ଆଇଜଲ୍ ଚିଡ଼ିଆଖାନାରୁ ୫ ପ୍ରଜାତିର ୧୮ ଜୀବ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୨ଟି ହିମାଳୟ କଳା ଭାଲୁ(ଗୋଟିଏ ଅଣ୍ଡିରା ଓ ମାଈ), ୬ଟି ଏସୀୟ ମାଟିଆ କଇଁଚ (୩ ଅଣ୍ଡିରା ଓ ୩ ମାଈ), ୨ ଆସାମୀ ମାଙ୍କଡ଼ (ଗୋଟିଏ ଅଣ୍ଡିରା ଓ ମାଈ), ୬ଟି ଷ୍ଟମ୍ପଟେଲ ମାଙ୍କଡ଼ (୩ ଅଣ୍ଡିରା ଓ ୩ ମାଈ) ଓ ୨ଟି ବଳିଆ କୁକୁର (ଗୋଟିଏ ଅଣ୍ଡିରା ଓ ମାଈ) ଅଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିବା ପରେ ଏମାନଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଥିବା କ୍ବାରାଣ୍ଟିନ୍ରେ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ରଖାଯାଇଛି। ସୋମବାର ଜୀବଜନ୍ତୁଗୁଡ଼ିକୁ ଖୁଆଡ଼ ମଧ୍ୟରେ ଛଡ଼ାଯିବ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରୀୟ ଚିଡ଼ିଆଖାନାର ନିର୍ଦ୍ଦେଶକ୍ରମେ ବଂଶବୃଦ୍ଧି ଉଦ୍ଦେଶ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏମାନଙ୍କୁ ଅଣାଯାଇଥିବା ଜଣାଯାଇଛି। ପ୍ରତି ବଦଳରେ ସମାନ ସଂଖ୍ୟକ ଅଣ୍ଡିରା ଓ ମାଈଙ୍କୁ ମିଶାଇ ମୋଟ ୪ଟି ମୟୂର ନନ୍ଦନକାନନ କର୍ତ୍ତୃପକ୍ଷ ମିଜୋରାମ ଚିଡ଼ିଆଖାନାକୁ ପ୍ରଦାନ କରିବେ। ସୂଚନାଯୋଗ୍ୟ, ଏହି ଜୀବଜନ୍ତୁମାନଙ୍କୁ ଆଣିବା ଲାଗି ଗତ ମାସ ୨୭ ତାରିଖରେ ଏସିଏଫ୍ ବନମାଳି ସାହୁ, ପ୍ରାଣୀ ଚିକିତ୍ସକ ଡ. ସନ୍ତୋଷ ଗୁପ୍ତା, ଫରେଷ୍ଟର ସୁଧୀର ବେହେରା, ଜନ୍ତୁରକ୍ଷକ ପଠାଣି ଯେନା, ଦୁଇଜଣ ଶ୍ରମିକ ଲୋକନାଥ ଗୌଡ଼ ଓ ଚନ୍ଦ୍ରମଣି ଦାସ ମିଜୋରାମ ଗସ୍ତ କରିଥିଲେ ।