କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଘଟିଛି ବ୍ୟାପକ କ୍ଷୟକ୍ଷତି । ଏପରି ସମୟରେ ପାହାଡି ରାଜ୍ୟ ପାଇଁ ବିପଦ ବେଳେ ସହାୟତାର ହାତ ବଢାଇଛନ୍ତି ଟିମଇଣ୍ଡିଆ କ୍ରିକେଟର ଋିସଭ୍ ପନ୍ତ । ଚେନ୍ନାଇ ଟେଷ୍ଟର ତୃତୀୟ ଦିନରେ ପନ୍ତ ଟୁଇଟ କରି ସୂଚନା ଦେଇଛନ୍ତି , ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତକଙ୍କ ପାଇଁ ଗଭୀର ଦୁଃଖୀତ ।
Deeply pained by the loss of life in Uttarakhand. Would like to donate my match fee for the rescue efforts and would urge more people to help out.
— Rishabh Pant (@RishabhPant17) February 7, 2021
ସେ ତାଙ୍କର ମ୍ୟାଚ୍ ଫିସ୍ ଉଦ୍ଧାର କାମର ସହାୟତା ପାଇଁ ଦାନ କରିବେ । ଏହା ସହିତ ସହାୟତା ପାଇଁ ଅନ୍ୟମାନଙ୍କୁ ଆଗକୁ ଆସିବାକୁ ପନ୍ତ ଅପିଲ୍ ମଧ୍ୟ କରିଛନ୍ତି । ବର୍ତ୍ତମାନ ପନ୍ତ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳୁଛନ୍ତି । ପ୍ରଥମ ଇନିଂସରେ ପନ୍ତ ୮୮ ବଲରୁ ଦମଦାର ୯୧ ରନର ଇନିଂସ ଖେଳିଛନ୍ତି ।