ଦେଶରେ ଆଉ ୧୫, ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ଗଲା ୨୨୬ ଜଣଙ୍କ ଜୀବନ

କେବଳ କେରଳରୁ ୭ହଜାର ୮୨୩ ପଜିଟିଭ୍

52

କନକ ବ୍ୟୁରୋ : ଦେଶରେ ୨୪ ଘଂଟାରେ ୧୫ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୫ ହଜାର ୮୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଯାଇଛି ୨୨୬ ଜଣଙ୍କ ଜୀବନ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତକାଲି ୨୨ ହଜାର ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ସକ୍ରିୟ ମାମଲା ୨ ଲକ୍ଷ ୭ ହଜାର ୬୫୩ରେ ପହଂଚିଛି । ବର୍ତ୍ତମାନ୍ ସୁଦ୍ଧା ତିନି କୋଟି ୩୩ ଲକ୍ଷ ୪୨ ହଜାର ୯୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲାଣି ।

ସେହିପରି ୪ ଲକ୍ଷ ୫୧ ହଜାର ୧୮୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୨୪ ଘଂଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରୁ ୭ ହଜାର ୮୨୩ ଆକ୍ରାନ୍ତ ଅଛନ୍ତି । କେରଳରେ ଦିନକରେ ୧୦୬ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତକାଲି ଗୋଟିଏ ଦିନରେ ଦେଶରେ ୫୦ ଲକ୍ଷ ୬୩ ହଜାର ୮୪୫ ଜଣଙ୍କୁ କରୋନା ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୯୬ କୋଟି ୪୩ ଲକ୍ଷ ୭୯ ହଜାର ୨୧୨ ଜଣ କୋଭିଡ୍ ଟିକା ନେଇଛନ୍ତି ।