ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ଓଡିଶା ! ଆଜିର ଦିନକୁ ସ୍ୱାଗତ କରିବା ପାଇଁ ସମସ୍ତେ ମସଗୁଲ

91

କନକ ବ୍ୟୁରୋ: ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ଓଡିଶା । ୨୦୧୮କୁ ବିଦାୟ ଦେଇ ନୂଆବର୍ଷ ୨୦୧୯ତୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ । ବିଶେଷ କରି ନୂତନବର୍ଷର ପ୍ରଥମ ଦିନରେ ଦେବାଳୟଗୁଡିକରେ ଭିଡ ଲାଗିଛି । ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ୨୦୧୮କୁ ବିଦାୟ ଜଣାଇ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ବିଭିନ୍ନ ହୋଟେଲ ଓ କ୍ଲବରେ ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଡିଜେ ଧୁନରେ କମ୍ପିଥିଲା ଜିରୋ ନାଇଟ ସେଲିବ୍ରିସନ । ପୁରୁଣା ବର୍ଷକୁ ସ୍ୱାଗତ କରି ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିଥିଲେ । ଜିରୋ ନାଇଟରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ମସଗୁଲ ଥିଲେ ।

କେହି କେହି ହାତକୁ ଗୋଲାପୁ ଫୁଲଟିଏ ଦେଇ କହୁଥିଲେ ହ।ପି ନ୍ୟୁ ଇୟର । ବିଭିନ୍ନ କଲୋନୀ, ବସ୍ତି ଓ ଗାଁରେ ମଧ୍ୟ ନୂଆବର୍ଷକୁ ପାଳନ କରିବା ଲାଗି ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଜିରୋ ନାଇଟରେ ସମସ୍ତେ ମସଗୁଲ ଥିଲେ । ନୂଆବର୍ଷକୁ ସ୍ୱାତର କରିବା ପାଇଁ ଉତ୍ସାହ, ଉଦ୍ଦିପନାର ସହ ଚାହିଁ ରହିଥିଲେ ।

ନୂଆବର୍ଷରେ ଶ୍ରୀମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ ଲାଗିରହିଛି । ସାଢେ ୪ କୋଟି ଓଡିଆଙ୍କ ଆରାଧ୍ୟ ଦେବତାମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଛି । ନୂଆବର୍ଷ ଦିନ ଅପରାହ୍ନ ୪ଟାରୁ ପହଡ ପକାଇ ପାରନ୍ତି। ୪ଟା ପରେ ଭକ୍ତ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି। ଏପରି ହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିର ଭିତରେ ଧସେଇ ପଶି ପାରନ୍ତି। ଫଳରେ ୨୮ ତାରିଖ ଘଟଣାର ପୁନରାବୃତ୍ତି ହେବା ନେଇ ଆଶଙ୍କା ରହିଛି ବୋଲି ସ୍ପେଶାଲ ବ୍ରାଞ୍ଚ ଚିଠିରେ ଉଲ୍ଲେଖ କରିଛି। ଅନ୍ୟପକ୍ଷରେ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ପ୍ରଶାସନ କହିଛି, ନୂଆ ବର୍ଷ ଦିନ ଶ୍ରୀମନ୍ଦିରର ନୀତିବିଧି ଶୃଙ୍ଖଳିତ ହେବ। ସବୁ ସେବାୟତ କାର‌୍ୟ୍ୟରେ ସହଯୋଗ କରୁଛନ୍ତି।

ସେହିପରି ଆମ ଦେଶ ବ୍ୟତୀତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ବେଶ ଧୁମଧାମରେ ପାଳିତ ହୋଇଛି ନବବର୍ଷ । ବିଦାୟ ନେଇଛି ୨୦୧୮ । ଆସିଛି ସମ୍ଭାବନାର ବର୍ଷ ୨୦୧୯ । ମଧ୍ୟରାତ୍ରିରେ ବିଶ୍ୱରେ ପ୍ରଥମେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡର ଅକଲାଣ୍ଡ ବାସିନ୍ଦା । ଜିରୋ ନାଇଟକୁ କାଉଂଟ ଡାଉନ ସହ ସ୍ୱାଗତ କରିଛନ୍ତି ଅକଲାଣ୍ଡବାସୀ । ଅକଲାଣ୍ଡର ପ୍ରସିଦ୍ଧ କ୍ସାର୍ଡ ଟାୱାରରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ଲୋକ । ନୂଆବର୍ଷ ପ୍ରବେଶ କରିବା ପରେ ଆତସବାଜୀରେ ଝଲସି ଉଠିଥିଲା ପୁରା ସହର । ଭାରତୀୟ ସମୟ ଠାରୁ ୭ ଘଂଟା ୩୦ ମିନିଟ ଆଗୁଆ ଥିବାରୁ ନ୍ୟୁଜିଲାଣ୍ଡରେ ପ୍ରଥମେ ପାଳିତ ହୋଇଛି ନୂଆବର୍ଷ ।