ମାଲକାନଗିରିରେ ଅଭିନବ ଉପାୟରେ ଚାଲିଛି ଗଂଜେଇ ଚାଲାଣ । ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଟ୍ରକ୍ ଓ କାରରେ ଚାଲାଣ କରୁଛନ୍ତି ମାଫିଆ

109

କନକ ବ୍ୟୁରୋ: ମାଲକାନଗିରିରେ ଅଭିନବ ଉପାୟରେ ଚାଲିଛି ଗଂଜେଇ ଚାଲାଣ । ଯାହାର ଟେର ପାଉନି ପୋଲିସ । ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଗଂଜେଇ ମାଫିଆ ଟ୍ରକ୍ ଓ କାରରେ କରୁଛନ୍ତି ଗଂଜେଇ ଚାଲାଣ । ଏଭଳି ଚାଲାଣ ହେଉଥିବା ୧୧ କୁଇଂଟାଲ ଗଂଜେଇ ଜବତ କରିଛି ମାଲକାନଗିରି ଅବକାରୀ ବିଭାଗ ।

ganja
image courtesy-https://www.scoopwhoop.com

ଏସବୁ ମାଲକାନଗିରି ଦେଇ ରାୟପୁରକୁ ଚାଲାଣ ହେଉଛି । ଅବକାରୀ ବିଭାଗ ପଦ୍ମଗିରି ନିକଟରେ ଚଢାଉ କରି ଗୋଟିଏ ଟ୍ରକରୁ ୧୦ କୁଇଁଟାଲ ଓ ଗୋଟିଏ କାରରୁ ଗୋଟିଏ କୁଇଁଟାଲ ଗଂଜେଇ ଜବତ କରିଛି । ଜବତ ଗଂଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।