ବିରାଟ କୋହଲିଙ୍କୁ ଫାଇନ୍ । ଆଫଗାନିସ୍ତାନ ବିପକ୍ଷରେ ମାତ୍ରାଧିକ ଅପିଲ୍ ପାଇଁ କଟିଲା ୨୫% ମ୍ୟାଚ୍ ଫି’ ।

511

କନକ ବ୍ୟୁରୋ: ରନ୍ ମେସିନ୍ ତଥା ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଫାଇନ୍ । ଗତକାଲି ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପର ୨୮ତମ ମ୍ୟାଚ୍ ପାଇଁ କୋହଲି ତଣ୍ଡ ଗଣିଛନ୍ତି । ଆଫଗାନିସ୍ତାନ ବ୍ୟାଟିଂ କରୁଥିବାବେଳେ କୋହଲି ମାତ୍ରାଧିକ ଅପିଲ୍ କରିଥିବା ଆଇସିସିର ନିୟମ ଉଲଂଘନ କରିଛନ୍ତି । ତେଣୁ ଆଇସିସି ତାଙ୍କ ଉପରେ ୨୫% ମ୍ୟାଚ୍ ଫି’ କାଟିବାକୁ ନିଷ୍ପତି ନେଇଛି ।

ସୂଚନା ମୁତାବକ, ଗତାକାଲି ସାଉଥହାମ୍ପଟନରେ ଭାରତ ବନାମ ଆଫଗାନିସ୍ତାନ ଖେଳାଯାଇଥିବା ମ୍ୟାଚର ଦ୍ୱିତୀୟ ଇନିଂସରେ ଯେତେବେଳେ ଆଫଗାନିସ୍ତାନ ରନପିଛା କରୁଥିଲା, ସେତେବେଳେ ୨୯ତମ ଓଭରରେ କ୍ୟାପଟେନ୍ କୋହଲି ଏଲବିଡବ୍ଲୁ ପାଇଁ ଅମ୍ପାୟାର ଅଲିମ ଦାରଙ୍କ ନିକଟରେ ମାତ୍ରାଧିକ ଅପିଲ୍ କରିଥିଲେ । ଏବଂ ପଡ଼ିଆ ମଝିରେ ଅମ୍ପାୟାର ଅଲିମ୍ ଦାରଙ୍କୁ ଆଗ୍ରେସିଭ୍ ଭଙ୍ଗୀରେ ଅପିଲ୍ କରିଥିବା କାରଣରୁ ଏହା ଆଇସିସିର ନିୟମକୁ ଉଲଂଘନ କରିଛି । ତେଣୁ ତାଙ୍କର ଉପରେ ୨୫% ମ୍ୟାଚ୍ ତଣ୍ଡ ଲଗାଇଛନ୍ତି ଆଇସିସି ।