ନବ ଦାସ ହତ୍ୟା ମାମଲା : ପୋଲିସ ଡିଜିଙ୍କୁ ଭେଟିଲେ ଲ’ ଆଣ୍ଡ ଅର୍ଡର ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଓ ଗୁଇନ୍ଦା ଡିଆଇଜି

158

କନକ ବ୍ୟୁରୋ : ଓଡ଼ିଶା ପୋଲିସରେ ବଡ଼ ଧରଣର ହଲଚଲ । ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ ବଡ଼ ଧରଣର ତତ୍ପରତା ଦେଖିବାକୁ ମିଳିଛି । ମାମଲାରେ କ୍ରାଇମବ୍ରାଞ୍ଚ ପାଖରେ କିଛି ଠୋସ୍ ପ୍ରମାଣ ମିଳିଥିବା କୁହାଯାଉଛି । ଆଉ ଏହାରି ଭିତରେ ପୋଲିସ ଡିଜିଙ୍କୁ ଗୋଟିଏ ପରେ ଗୋଟିଏ ବରିଷ୍ଠ ଅଧିକାରୀ ଭେଟି ବୈଠକ କରିଛନ୍ତି । ପ୍ରଥମେ ପୋଲିସ ଡିଜିଙ୍କୁ ଭେଟିଛନ୍ତି ଲ’ ଆଣ୍ଡ ଅର୍ଡର ଏଡିଜି । ଆଇନଶୃଙ୍ଖଳା ଏଡିଜି ଆରକେ ଶର୍ମା ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ତାଙ୍କୁ ଭେଟି ବୈଠକ କରିଛନ୍ତି ।

ଝାରସୁଗୁଡାରୁ ଫେରିବା ପରେ ପୋଲିସ ଡିଜିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ । ସେଠାକାର ସ୍ଥିତି ସମ୍ପର୍କରେ ଡିଜିଙ୍କ ସହ ଲ’ ଆଣ୍ଡ ଅର୍ଡର ଏଡିଜି ଆରକେ ଶର୍ମା ଆଲୋଚନା କରିଥିବା ସୂଚନା ମିଳିଛି । ସେହିପରି ପୋଲିସ ଡିଜିଙ୍କୁ ଭେଟିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ଡିଆଇଜି ଅନୁପ ସାହୁ । ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବଡ଼ ଧରଣର ବୈଠକ ବସିଛି ।