ବୋମାମାଡରେ ଥରିଲା ଜଟଣୀ : ଜଣେ ବ୍ୟକ୍ତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି; ୩ ଅଟକ

406

କନକ ବ୍ୟୁରୋ : ଜଟଣୀ ଥାନା କାନ୍ତିଆରେ ବୋମାମାଡ । ଘନ ଘନ ବୋମାମାଡରେ କମ୍ପିଲା କନ୍ତିଆ ଅଞ୍ଚଳ । ଏଥିରେ ଜଣେ ଗୁରୁତର ହୋଇପଡିଛନ୍ତି । ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜମି ବିବାଦ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମା ମାଡ ହୋଇଥିବା ସୂଚନା ରହିଛି । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏଥି ସହ ୩ଟି ଅଫୁଟା ବୋମା ଜବତ କରିଛି ।