ମନର କଥା କହିଲେ ମୋଦି : ଗାଁର ବିକାଶରେ ରହିଛି ଦେଶର ବିକାଶ

33

ରେଡିଓରେ ମନର କଥା ରଖିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଁର ବିକାଶ ହେଲେ ଦେଶର ବିକାଶ ହେବ । କେନ୍ଦ୍ର ସରକାର ଏନେଇ ଗାଁର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଜଳ ସଙ୍କଟ ଉକ୍ରଟ ହେବାରେ ଲାଗିଥିବାରୁ ଜଳ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ସ୍କୁଲିିଙ୍ଗ ଅପେକ୍ଷା ଲର୍ଣ୍ଣିଙ୍ଗକୁ ବେଶି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି ବୋଲି ମୋଦି କହିଛନ୍ତି । ଗିଭ୍ ଇଟ୍ ଅପ୍ ଯୋଜନାରେ ଦେଶର ଏକ କୋଟିରୁ ଅଧିକ ଲୋକ ଗ୍ୟାସ୍ ସବସିଡି ଛାଡିଛନ୍ତି । ଏଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମ ନକରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ସକରାତ୍ମକ ଖବର ପ୍ରସାରଣ ପ୍ରେରଣାଦାୟୀ ହୋଇଥାଏ । ତେବେ ଲୋକଙ୍କୁ ସକରାତ୍ମକ ଖବର ମିଳିବା ଉଚିତ୍ ।