କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ଆଇନଶୃଙ୍ଖଳା ପରିସ୍ଥିତି କଥା ଉଠାଇଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଧର୍ମେନ୍ଦ୍ରଙ୍କ ସମେତ ଆଉ କିଛି ରାଜ୍ୟର ବରିଷ୍ଠ ବିଜେପି ନେତା ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି । ତେଣୁ ତୁରନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ । ଜଗତସିଂହପୁରର ପାର୍ବତୀ ସାସମଲ ପ୍ରସଙ୍ଗକୁ ନେଇ ଏହି ପ୍ରସଙ୍ଗ ଉଠାଇଛି ବିଜେପି । ମୋଦିଙ୍କ ଓଡିଶା ଗସ୍ତ ସମୟରେ ପାର୍ବତୀ ଭିଡ ଭିତରେ ମୋଦିଙ୍କୁ ଏକ ଚିଠି ବଢାଇ ଦେଇଥିଲେ । ଅଭିଯୋଗ ଅନୁସାରେ ଏହା ପରେ ନିଜ ଗାଁରେ ବିଜେଡି ସମର୍ଥକଙ୍କ ଆକ୍ରୋଶର ଶିକାର ହୋଇଥିଲେ ପାର୍ବତୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର ଜନତା ମଇଦାନ ଅଭିମୁଖେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଟିକିଏ ଝଲକ ପାଇବାକୁ ରାସ୍ତା କଡରେ ଚାହିଁ ରହିଥାନ୍ତି ହଜାର ହଜାର ଲୋକ । ଆଉ ହଠାତ ଭିଡ ଭିତରୁ ବାହାରି ଆସି ମୋଦିଙ୍କ ଆଡକୁ ଏକ ଚିଠି ବଢାଇ ଦେଇଥିଲେ ଜଣେ ମହିଳା । ଯାହାକୁ ନେଇଯାଇଥିଲେ ମୋଦିଙ୍କ ସହ ଥିବା ସୁରକ୍ଷା କର୍ମୀ । ହେଲେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ ମହଙ୍ଗା ପଡିଥିଲା ଏହି ମହିଳାଙ୍କୁ । ମୋଦିଙ୍କୁ ଆପତି କରି ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ମହିଳା ଜଣକ ।
ମୋଦିଙ୍କୁ ଚିଠି ଦେଇ ଜଗତସିଂହପୁର ଜିଲ୍ଲା କାଳିକୁଦ ଗାଁର ସଂପୃକ୍ତ ମହିଳା, ପାର୍ବତୀ ସାସମଲ ପୁଣି ଆକ୍ରମଣର ଶିକାର ହେବା ପ୍ରସଙ୍ଗରେ ସୋମବାର ରାଜନାଥଙ୍କୁ ଭେଟି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପିର ପ୍ରତିନିଧି ମଣ୍ଡଳୀ । ଗତ ପଂଚାୟତ ନିର୍ବାଚନରେ ସେ ବିଜେପିକୁ ଭୋଟ୍ ଦେଇଥିବାରୁ ବିଜେଡି ଗୁଣ୍ଡା ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି । ଏପରିକି ସ୍ଥାନୀୟ ପୋଲିସ ତାଙ୍କ ଏତଲା ରଖିନଥିଲା । ପଂଚାୟତ ନିର୍ବାଚନ ପରେ ରାଜନୈତିକ ପ୍ରତିପକ୍ଷଙ୍କ ବିରୋଧରେ ବିଜେଡି, ହିଂସାତ୍ମକ ଆକ୍ରମଣ କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଶିକାର ହେବା ଯେତିକି ସମ୍ବେଦନଶୀଳ, ଏହାକୁ ପ୍ରସଙ୍ଗ କରି ରାଜ୍ୟରେ ଆଇନ ଶୃଙ୍ଖଳା ଠିକ ନାହିଁ ବୋଲି ବିଜେପିର ଅଭିଯୋଗ ତାଠାରୁ ସାଙ୍ଘାତିକ । ପଂଚାୟତ ନିର୍ବାଚନ ପରେ ବିଜେପିର ଅଭ୍ୟୁଦୟକୁ ଅଟକାଇବା ପାଇଁ ରାଜ୍ୟ ସରକାର ପ୍ରାୟୋଜିତ ହିଂସା କରୁଛନ୍ତି ବୋଲି ଟ୍ୱିଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।