ଖୋର୍ଦ୍ଧା ସହରରେ ପଶିଲା ହାତୀ । ଲୋକେ ଭୟଭୀତ, ଆଖପାଖ ଅଚଂଳରେ ବ୍ୟାପକ ଫସଲ ନଷ୍ଟ

95

କନକ ବ୍ୟୁରୋ: ସହର ଭିତରେ ହାତୀ  । ଖୋର୍ଦ୍ଧା ସହର ଭିତରେ ହାତୀ  । ଗତ କିଛିଦିନ ଧରି ହାତୀ ଖୋର୍ଦ୍ଧା ସହର ଉପାନ୍ତରେ ଧାନ କିଆରିରେ ପଶି ଫସଲ ନଷ୍ଟ କରିଥିବାର ଖବର ମିଳିଥିଲା  । ତେବେ ରବିବାର ଅପରାହ୍ନରେ ସହର ଭିତର ହାତୀ ଦେଖିବାକୁ ମିଳିଛି  । କୁମାରବସ୍ତ ଗାଁ କାଜୁ ଜଙ୍ଗଲ ଭିତରୁ ବାହାରି ହାତୀଟି ମୁକୁନ୍ଦ ପ୍ରସାଦ ରାସ୍ତାରେ ସହର ଭିତରକୁ ପଶୁଥିବା ବେଳେ ନଜର ଆସିଥିଲା  । ଏହାକୁ ଦେଖି ଅଂଚଳର ଲୋକଙ୍କ ମଧ୍ୟରେ ଭୟ ପଶିଥିଲା  । ତେବେ ଖବର ପାଇ ବନବିଭାଗ ଓ ପୁଲିସ୍ ପହଂଚିଥିଲେ  । ଜନସାଧାରଣଙ୍କ ସହ ତାଳମେଳ ରଖି ହାତୀକୁ ନିକଟସ୍ଥ ବରୁଣେଇ ଜଙ୍ଗଲକୁ ଘଉଡ଼େଇବାକୁ ଉଦ୍ୟମ କରିଥିଲେ ।