ବୁଲା କୁକୁର ଆକ୍ରମଣରେ ୮ ଆହତ । କଳାହାଣ୍ଡିର ୨ଟି ଗାଁରେ ପଶି ଲୋକଙ୍କୁ କାମୁଡ଼ି ଆହତ କରିଛି ବୁଲା କୁକୁର

60

କନକ ବ୍ୟୁରୋ: ବୁଲା କୁକୁର ଆକ୍ରମଣରେ ୮ ଆହତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧଅରପୁର ଅଂଚଳରୁ ଆସିଛି ଏମିତି ଖବର । ୨ଟି ଗାଁରେ ପଶି ଲୋକଙ୍କୁ କାମୁଡ଼ି ଆହତ କରିଛି ବୁଲା କୁକୁର । ଖବର ଅନୁସାରେ ପ୍ରଥମେ ଭାଲୁଚୁଆଁ ଓ ପରେ ଧଅଁରପୁର ଗାଁରେ ପଶି ୮ ଜଣଙ୍କୁ କାମୁଡ଼ି ଆହତ କରିଥିଲା ବୁଲା କୁକୁର । ଆହତଙ୍କ ଭିତରେ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ଅଛନ୍ତି । ସମସ୍ତ ଆହତଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ବର୍ତି କରାଯାଇଛି । ତେବେ ୨ ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ।