ଆଜି ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କେଉଁ ଚ୍ୟାନେଲରେ ହେବ ପ୍ରସାରିତ

261

କନକ ବ୍ୟୁରୋ : ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ ଆଜି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରୁ ସାରା ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ସେପଟେ ଭାରତ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଏହି ଅଭିଭାଷଣ ସନ୍ଧ୍ୟା ୭ ଟାରେ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଓ ଆକାଶବାଣୀର ସମ୍ପୂର୍ଣ୍ଣ ନେଟୱର୍କରେ ପ୍ରସାରଣ କରାଯିବା । ଏହାର କିଛି ସମୟ ପରେ ଏହି ଅଭିଭାଷଣର ଇଂଗ୍ରାଜୀ ରୂପାନ୍ତର ମଧ୍ୟ ପ୍ରସାରଣ କରାଯିବ । ଅନ୍ୟପଟେ ଦୂର ଦର୍ଶନରେ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ହିନ୍ଦୀ ଓ ଇଂଗ୍ରାଜୀରେ ପ୍ରସାରଣ ପରେ ଆଞ୍ଚଳିକ ଚ୍ୟାନେଲମାନେ ଏହାକୁ ନିଜ ନିଜ କ୍ଷେତ୍ରୀୟ ଭାଷାରେ ପରିବେଶଣ କରିବେ ।

କହିରଖୁ କି ଚଳିତ ବର୍ଷ ଜୁଲାଇ ମାସ ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ଦେଶର ସବୁଠାରୁ ଏହି ଉଚ୍ଚ ଆସନରେ ବସିଥିବା ସମସ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଦ୍ରୌପଦୀ ମୁର୍ମୁ କମ୍ ବୟସରେ ରାଷ୍ଟ୍ରପତି ହୋଇଛନ୍ତି । ଦ୍ରୌପଦୀ ମୁର୍ମୁ ଜଣେ ଏଭଳି ରାଷ୍ଟ୍ରପତି ଯେ କି ଦେଶ ସ୍ୱାଧୀନ ହେବା ପରେ ଜନ୍ମ ହୋଇଛନ୍ତି ।

ସେପଟେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ରକ୍ଷାବନ୍ଧନରେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲ ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।