ଲଘୁଚାପ ଜନିତ ବର୍ଷା ଯୋଗୁଁ କଟକରେ ବିଭିନ୍ନ ସ୍ଥାନ ଜଳମଗ୍ନ : ସ୍ଥିତି ସମୀକ୍ଷା କଲେ ମେୟର ସୁବାସ ସିଂ

75

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡିଛି । କଟକରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ମେୟର ସୁବାସ ସିଂ ବିଭିନ୍ନ ସ୍ଥାନ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି । ବର୍ଷାରେ ଛତା ଧରି କଟକର ବିଭିନ୍ନ ଜଳ ନିଷ୍କାସନ ପଏଣ୍ଟ ବୁଲି ଦେଖିଛନ୍ତି ସୁବାସ ସିଂ ।

ବର୍ଷା ଲାଗି ରହିଥିବା ବେଳେ ଜଳ ନିଷ୍କାସନ ପଏଣ୍ଟ ଗୁଡିକୁ ଠିକ୍ ଭାବେ କାର୍ଯ୍ୟ ନ କଲେ କଟକରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ମେୟର ଅଫିସରମାନଙ୍କ ସହ ଆଲୋଚନା କରିଛନ୍ତି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବ ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି କଟକ ମହାନଗର ନିଗମ ।