ଅଲିମ୍ପିକ୍ସରେ ଦୂତୀଙ୍କ ସଫଳତା କାମନା କରି ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

31

କନକ ବ୍ୟୁରୋ : ସୁନାଝିଅ ପାଇଁ ପ୍ରାର୍ଥନା । ରିଓ ଅଲିମ୍ପିକ୍ସରେ ଓଡିଆ ଧାବିକା ଦୂତୀ ଚାନ୍ଦଙ୍କ ସଫଳତା କାମନା କରିଛନ୍ତି ଦୂତୀଙ୍କ ଗ୍ରାମବାସୀ । ଅଲିମ୍ପିକ୍ସରେ ଦୂତୀ ସ୍ୱର୍ଣ୍ଣ ପଦକ ଜିତନ୍ତୁ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଗାଁ ମନ୍ଦିରରେ ପୂଜାର୍ଚ୍ଚନା ସହ ଯଜ୍ଞ କରାଯାଇଛି । କଳସ ଶୋଭାଯାତ୍ରା ବି ହୋଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଦୂତି ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବ ଆଣନ୍ତୁ । ଆସନ୍ତା ୧୨ ତାରିଖରେ ରହିଛି ଦୂତୀଙ୍କ ଇଭେଂଟ । ରିଓ ଟ୍ରାକରେ ଦୌଡିବେ ଓଡିଆ ଝିଅ। ଦୂତୀଙ୍କ ପ୍ରଦର୍ଶନକୁ ଯାଜପୁର ଗୋପାଳପୁର ସମେତ ସାରା ଭାରତୀୟ ଅପେକ୍ଷା କରି ରହିଛନ୍ତି।