ମାଓବାଦୀଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ଦାମ ରାଉତ

23

କନକ ବ୍ୟୁରୋ : ମାଓବାଦୀଙ୍କୁ ସ୍ୱାଗତ କଲେ ଦାମ । ମାଓବାଦୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା । ବୌଦ୍ଧ ମନମୁଣ୍ଡା ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ଟିଟିଲାଗଡ ସଇଁତଳା ଚାରିଛକରେ ଲାଗିଥିବା ମାଓ ପୋଷ୍ଟରରେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ପ୍ରଶଂସା କରାଯାଇଛି । ଯାହାକୁ ନେଇ ସାଧୁବାଦ ଜଣାଇଛନ୍ତି ଦାମ ରାଉତ । ମାଓବାଦୀ ଲଗାଇଥିବା ପୋଷ୍ଟରରେ ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରାଯାଇଛି।