ଭଦ୍ରକରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ : ବିଦେଶୀ ମଦ ଦୋକନାରେ ଭଙ୍ଗାରୁଜା ସହ ପୋଡାଜଳା କଲେ ଉତ୍ୟକ୍ତ ମହିଳା

32

ଭଦ୍ରକ : ମଦ ବିରୋଧରେ ତାତିଲେ ମହିଳା । ଭଦ୍ରକ ଧାମରା ଦୋସିଙ୍ଗାରେ ଥିବା ବିଦେଶୀ ମଦ ଦୋକନରେ ଉତ୍ୟକ୍ତ ମହିଳା ମାନେ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ଧାମରା ଦାସିଙ୍ଗାରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ମହିଳା ସଂଘ ବାରମ୍ବାର ଦାବି କରୁଥିଲେ । ଏହି ମଦ ଦୋକନ ବନ୍ଦ ପାଇଁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପ୍ରଶାସନ ଏନେଇ କିଛି ପଦକ୍ଷେପ ନନେବାରୁ ଉତ୍ୟକ୍ତ ମହିଳାମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ମଦ ଦୋକାନରେ ଚେୟାର ଟେବୁଲ ଭଙ୍ଗାରୁଜା କରିବା ସହ ଦୋକାନରେ ନିଆଁ ଲଗାଇ ଦେଇଥିଲେ ।  ସଂପୃକ୍ତ ମଦ ଦୋକାନୀ ପକ୍ଷରୁ ମହିଳା ସଂଘକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଶତାଧିକ ମହିଳା ଧାମରା ବନ୍ଦର ଗେଟ ପାଖରେ ରାସ୍ତା ଅବରୋଧ କରିଥିଲେ । ମଦ ଦୋକାନର ମାଲିକ ଜଣେ  ଅବକାରୀ ବିଭାଗର ଏକ ଉଚ୍ଚ ପଦାଧିକାରୀ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତାଙ୍କୁ  ଘଂଟ ଘୋଡାଇ ରଖୁଥିବା ମହିଳା ସଂଘ ଅଭିଯୋଗ କରିଛି ।