ଦିଲ୍ଲୀରେ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିବା ପରେ ବଦଳିଲା ଦାମଙ୍କ ସ୍ୱର: କହିଲେ, ଚାହିଁଲେ ପାରାଦୀପରେ ପଦ୍ମ ଫୁଟାଇ ପାରିବି

ବିଜେପିକୁ ଯାଉଥିବା ନେଇ ଦାମୋଦର ରାଉତଙ୍କ ଇସାରା

244

କନକ ବ୍ୟୁରୋ: ବିଜେପିରେ ସାମିଲ୍ ହେବେ କି ଦାମ ରାଉତ ?  ବିଜେପିରେ ମିଶିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କଥାକୁ ଶ୍ରୀ ରାଉତ ସ୍ବୀକାର କରିଥିଲେ ବି ତାହା ଚୂଡ଼ାନ୍ତ ହୋଇ ନାହିଁ ବୋଲି କହିଛନ୍ତି। ୩ ଦିନ ଭିତରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଦାମ କହିଛନ୍ତି । ଦାମ କହିଛନ୍ତି, ସେ ଚାହିଁଲେ ପାରାଦୀପରେ ପଦ୍ମ ଫୁଟାଇ ପାରିବେ । ବ୍ୟକ୍ତିଗତ କଥା ଭୁଲି ଜନସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତି ନେବେ ବୋଲି ସେ କହିଛନ୍ତି । ପୂର୍ବରୁ କଂଗ୍ରେସ ପକ୍ଷରୁ ମୋତେ ମିଶିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମୁଁ କଂଗ୍ରେସ ସାମ୍ନାରେ ଯେମିତି ସର୍ତ୍ତ ରଖିଥିଲି, ସେମିତି ବିଜେପି ସାମ୍ନାରେ ବି କିଛି ସର୍ତ୍ତ ରଖିଛନ୍ତି ବୋଲି ଦାମ କହିଛନ୍ତି ।

ପ୍ରଥମ ଓ ପ୍ରଧାନ ସର୍ତ୍ତ ଥିଲା ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଯିଏ ଉଦ୍ୟମ କରିବ ମୁଁ ତାକୁ ସହଯୋଗ କରିବି। ଏହା ସହ ଆଉ କିଛି ସର୍ତ୍ତ ଥିଲା। ଏ ସମ୍ପର୍କରେ ସାନି ଆଲୋଚନା ପାଇଁ ଗତକାଲି ନୂଆଦିଲ୍ଲୀ ଯାଇଥିଲି। ସେଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଆଲୋଚନା ହେଲା ଓ ମୁଁ ସର୍ତ୍ତ ସମ୍ପର୍କରେ କହିଥିଲି। ସେ ଦୁଇ ଦିନ ଭିତରେ ଏ ନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ମୋତେ ଜଣାଇବେ। ୩/୪ ଦିନ ଭିତରେ ଚିତ୍ର ସ୍ପଷ୍ଟ ହେବ ବୋଲି ଦାମ କହିଛନ୍ତି ।

କିନ୍ତୁ ଦୁଇଟି ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ । ଏମାନଙ୍କ ମଧ୍ୟରୁ ଯେଉଁ ଦଳ ରାଜ୍ୟରେ ଚାଲିଥିବା ଦୁର୍ନିତୀ ଭ୍ରଷ୍ଟାଚାରର ନବୀନ ସରକାରଙ୍କୁ ଗାଦୀଚ୍ୟୁତ କରିବାକୁ ଯିଏ ଆନ୍ତରିକତାର ସହ ଲାଗିବେ ମୋର ସମର୍ଥନ ସେଇ ଆଡକୁ ଯିବ ବୋଲି କହିଛନ୍ତି ଦାମ ରାଉତ । ସେହିଭଳି ଉଭୟ କଂଗ୍ରେସ ଏବଂ ବିଜେପି ଓଡିଶାରେ ସରକାର ଗଠନ କରିବା ପାଇଁ ଆଶା ପ୍ରକାଶ କରୁଛନ୍ତି । କିନ୍ତୁ ସରକାର ଗଠନ କରିବାର ଯେଉଁ ଶାଣିତ ସଂଗ୍ରାମ ଦରକାର ସେ କଥା ସେମାନେ ଆରମ୍ଭ କରିନାହାଁନ୍ତି । ସେଥିପାଇଁ ସେ କହିଛନ୍ତି କି ମୋ ଜୀବନର ମିଶନ କ୍ଷେମତା ଦଖଲ କରିବା ନୁହେଁ ବରଂ ମୋର ବ୍ୟକ୍ତିଗତ ମିଶନ ହେଉଛି ରାଜ୍ୟରୁ କିଭଳି ସରକାର ଗାଦୀରୁ ନବୀନ ହଟିବେ । ଆଉ ଏହି ସରକାରକୁ ପରାଜିତ କରିବା ପାଇଁ ଯେଉଁ ଦଳ ନିଷ୍ଠାର ସହିତ କାମ କରିବ ବୋଲି ଅନୁଭବ କରିବି ମୁଁ ତାକୁ ସମର୍ଥନ କରିବି ବୋଲି ଦାମ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏହାସହ ବୈଜୟନ୍ତ ବିଜେପିରେ ମିଶିବା କଥା ମଧ୍ୟ ଉଠାଇଛନ୍ତି । ବୈଜୟନ୍ତ ବିଜେପିରେ ମିଶିବା ପରେ ବଡ଼ ପଦବୀ ପାଇଥିବା ଦାମ କହିଛନ୍ତି । ବୈଜୟନ୍ତ ପଣ୍ଡା ବିଜେଡିର ଜଣେ ସମର୍ଥକ ଥିଲେ, ଲୋକସଭାକୁ ଯାଇଥିଲେ କିନ୍ତୁ ଦଳୀୟ ସଂଗଠନରେ ତାଙ୍କର କୌଣସି ଭୂମିକା ନଥିଲା । ସେ ଯଦି ମିଶୁ ମିଶୁ ରାଷ୍ଟ୍ରୀୟ ଉପସଭାପତି ହେଲେ ତେବେ ମୁଁ ଚାରି ଦଶନ୍ଧି ଧରି ରାଜନୀତିରେ ଅଛି, କାହାର କର୍ମୀ କି କାହାର ନେତା ହେବି ସେ ଭାବୁଛନ୍ତି ବୋଲି ଦାମ କହିଛନ୍ତି । ଗତକାଲି ସେ ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦାମ ଭେଟିବାର କାର୍ଯ୍ୟକ୍ରମ ରହିଛି ।