ଯବାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦି ! କହିଲେ ଦେଶର ସୁରକ୍ଷାରେ ସିଆଇଏସଏଫ୍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

114

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିଆଇଏସଏଫ୍ ର ୫୦ ତମ ସ୍ଥାପନା ଦିବସରେ ଆୟୋଜିତ ହୋଇଥିବା ସମାରୋହରେ ସମ୍ମିଳିତ ହେବାକୁ ପହଞ୍ôଚଥିଲେ । ମୋଦି ସିଆଇଏସଏଫ୍ ର ସଲାମୀ ଗାରଦକୁ ନିରୀକ୍ଷଣ କରିବାକୁ ପହଂଚିଥିଲେ । ଏହି ସମୟରେ ମୋଦି କହିଥିଲେ CISF ର ଭୂମିକା ଦେଶର ସୁରକ୍ଷାରେ ମୁଖ୍ୟ ଭୂମିକା ନିଭାଇଥାଏ । ସ୍ୱତନ୍ତ୍ର ଭାରତର ସ୍ୱପ୍ନକୁ ସାକାର କରିବାରେ ସିଆଇଏସଏଫ୍ ର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଗାଜିଆବାଦର ଇନ୍ଦିରାପୁର ସିଆଇଏସଏଫ୍ ର ୫ ତମ ବାଟାଲିୟନ୍ କ୍ୟାମ୍ପରେ ଆୟୋଜିତ ହୋଇଥିବା ସମାରୋହରେ ସେ ମୁଖ୍ୟ ଅତିଥି ରୁପେ ସାମିଲ୍ ହୋଇଥିଲେ । ପ୍ରଧାନମନ୍ତ୍ରୀ ଅଧିକାରୀ ସୁଧୀର କୁମାର,ଜିତେନ୍ଦ୍ର ସିଂହ ନେଗୀ,ଇନ୍ସପେକ୍ଟର ଏସ୍ . ମୁଥୁସ୍ୱାମୀ ଏବଂ ଯବାନ୍ ଆର୍ . ସୂର୍ଯ୍ୟରାଜାଙ୍କୁ ସମ୍ମାନିତ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ହେଲିକେପ୍ଟର ଆୟୋଜନ ସ୍ଥଳରେ ପହଂଚିଥିଲେ । ଆଜି ସିଆଇଏସଏଫ୍ ର ୫୦ ତମ ସ୍ଥାପନା ଦିବସ ଏବଂ ଏହି ବିଷେସ ଅବସରରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ହେବାପାଇଁ ସ୍ୱୀକୃତି ଦେଇଛନ୍ତି । ସିଆଇଏସଏଫ୍ ର ସ୍ଥାପନା ୧୯୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ହୋଇଥିଲା । ପ୍ରଥମେ ଏଥିରେ ୩,୧୨୯ ଯବାନ ଯୋଗ ଦେଇଥିଲେ ।