ହ୍ୟାକ୍ ହେଲା ବିଜେପି ୱେବସାଇଟ୍ ! ପେଜ ଖୋଲିଲେ ଅଶ୍ଲୀଳ ଭାଷାରେ ମେସେଜ

257

କନକ ବ୍ୟୁରୋ : ହ୍ୟାକ ହେଲା ବିଜେପିର ଦଳୀୟ ୱେବସାଇଟ୍ । ଆଜି ସକାଳୁ ସକାଳୁ ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ହ୍ୟାକ୍ ହୋଇଛି । ୱେବସାଇଟ୍ ପେଜ୍ ଖୋଲିଲେ ଦେଖିବାକୁ ମଳୁଛି ଆପତ୍ତିଜନକ ଲେଖା ଓ ଫଟୋ । ଏହାକୁ ନେଇ ଟୁଇଟରେ ବହୁ ଲୋକ ଅଭିଯୋଗ କରି ସ୍କ୍ରିନସଟ୍ ପୋଷ୍ଟ କରିଛନ୍ତି । ଟୁଇଟରରେ ଜାରି କରାଯାଇଥିବା କେତେକ ସ୍କ୍ରିନସଟ ମୁତାବକ ବିଜେପିର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଫଟୋ ପୋଷ୍ଟ କରାଯାଇଛି । ଏଥିରେ ମୋଦି ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲଙ୍କ ସହ ସାଥିରେ ଥିବା ଦେଖିବାକୁ ମିଳିଛି । ଏହା ସହିତ କେତେକ ଆପତ୍ତଜନକ ଟିପଣୀ ଦିଆଯାଇଥିବା ଦେଖିବାକୁ ମିଳିଛି । ୱେବସାଇଟ ହ୍ୟାକ ହେବା ଜଣାପଡିବା ପରେ ଏହାକୁ ବନ୍ଦ୍ କରିଦିଆଯାଇଛି ।

ପାଖାପାଖି ୧୧ଟା ୩୦ରେ ୱେବସାଇଟ ଖୋଲିଲା ପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲଙ୍କ ଏକ ଭିଡ଼ିଓ ନଜର ଆସୁଥିଲା । ଏହାସହ କିଛି ଅଭଦ୍ର ଟିପ୍ପଣୀ ମଧ୍ୟ ଦେଖିବା ପାଇଁ ମିଳିଥିଲା । କିନ୍ତୁ କିଛି ସମୟ ପରେ ବିଜେପିର ୱେବସାଇଟ ଆଉ ଖୋଲିଲା ନାହିଁ । ଅନେକ ସମୟ ପର୍ଯ୍ୟନ୍ତ ୱେବସାଇଟରେ ଏରର ମେସେଜ ଦେଖାଗଲା । ସୂଚନା ଅନୁସାରେ ୨୬ ଡିସେମ୍ବର, ୧୯୯୫ରେ ବିଜେପି ୱେବସାଇଟର ପଞ୍ଜିକରଣ କରାଯାଇଥିଲା ।

ତେବେ ବିଜେପି ୱେବସାଇଟ୍ ହ୍ୟାକ ହେବା ପରେ ଏଥିରୁ ମଜା ଉଠାଇଛି କଂଗ୍ରେସ । କଂଗ୍ରେସର ଆଇଟି ସେଲ ପ୍ରମୁଖ ଦିବ୍ୟା ସ୍ପନ୍ଦନା ପରିହାସ କରି ଟୁଇଟ୍ କରି ଲେଖିଛନ୍ତି ଭାଇ ଓ ଭଉଣୀମାନେ ଆପଣମାନେ ବର୍ତମାନ ବିଜେପିର ୱେବସାଇଟ୍ ଯଦି ନଦେଖିଛନ୍ତି ତେବେ ଆପଣମାନେ ନିଶ୍ଚିତ ଭାବେ କିିଛି ସୁଯୋଗ ହାତଛଡା କରୁଛନ୍ତି ।