କେନ୍ଦ୍ରମନ୍ତ୍ରୀ ପାକ୍ ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା । କହିଲେ , ଅଭିନନ୍ଦନଙ୍କୁ ଛାଡିବାରେ ଇମ୍ରାନ ନେଇଛନ୍ତି ବଡ ପଦକ୍ଷେପ

କେନ୍ଦ୍ରମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା

228

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାୱେଲ ନିଜର ହରିୟାଣା ଗସ୍ତ ସମୟରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ପିଓକେକୁ ପାକିସ୍ତାନ ଭାରତକୁ ଦେଇଦେବାର ଆବଶ୍ୟକତା ରହିଛି ନଚେତ ଭାରତ ଜୋର ଜବରଦସ୍ତ ତାହାକୁ ଭାରତରେ ମିଶାଇଦେବାର ଆବଶ୍ୟକତା ରହିଛି । କାରଣ ସେଠାରେ ଅନେକ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି । କେବଳ ଏତିକି ନୁହେଁ ବରଂ ଭାରତୀୟ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମାତ୍ର ୬୦ ଘଣ୍ଟା ମଧ୍ୟରେ ଛାଡିଦେଇଥିବାରୁ ଇମ୍ରାନଙ୍କୁ ପ୍ରଶଂସା ମଧ୍ୟ ସେ କରିଛନ୍ତି । ସେ ଦେଶରେ ଶାନ୍ତି ରକ୍ଷା କରିବା ପାଇଁ ଏପରି କାମ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଭାରତୀୟ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ ଇଚ୍ଛାରେ ଛାଡିଥିଲା ନା ବିଶ୍ୱର ଚାପରେ ପାକ୍ ଛାଡିଥିଲା । ତେବେ ଏହାର ଉତ୍ତରରେ ସେ କହିଥିଲେ ଯେ, ଅଭିନନ୍ଦନଙ୍କୁ ଛାଡିବାରେ ଇମ୍ରାନ ମଧ୍ୟ ବଡ ଭୂମିକା ଗ୍ରହଣ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସହ ପାକିସ୍ତାନ ଉତ୍ତମ ସମ୍ପର୍କ ସ୍ଥାପନ କଲେ ତାହାର  ହିଁ ବିକାଶ ହୋଇପାରିବ ।

ଏହାସହ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ, ପୁଲୱାମା ଆକ୍ରମଣରେ ହାତ ଥିବା ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ଫେବୃଆରୀରେ ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ବିରୋଧୀମାନେ ଅଭିଯୋଗ କରୁଥିଲେ କି କେନ୍ଦ୍ର ସରାକର କିଛି କରୁନାହାନ୍ତି । ଏହାପରେ ମୋଦି ସରକାର ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକ କଲେ ଓ ଏବେ କିଛି ବିରୋଧୀ ତାହାର ପ୍ରମାଣ ମାଗୁଛନ୍ତି । ମୋର ଅନୁରୋଧ କି ସେହି ଘଟଣାକୁ ନେଇ ରାଜନୀତି କରାନଯାଉ । ଏବଂ ଜାମ୍ମୁକାଶ୍ମୀର ସମସ୍ୟାର ସମାଧାନ କରିବାକୁ ହେଲେ ପ୍ରଥମେ ୩୫-ଏ କୁ ଉଠାଇବା ଦରକାର ।