ଡଙ୍ଗା ଉପରେ ବଜ୍ରପାତ ! ଜଳିଗଲେ ୨ ମହିଳା

36

କନକ ବ୍ୟୁରୋ: କେନ୍ଦ୍ରାପଡାରେ ବଜ୍ରପାତରେ ୨ ଜଣଙ୍କ ଜୀବନ ଯାଇଛି । ମହାକାଳପଡା ହୁକିଟେଲା ମୁହାଁଣରେ ଡଙ୍ଗା ଉପରେ ବଜ୍ରପାତ୍ର ଘଟିଛି । ମାଛ ଧରୁଥିବା ବେଳେ ବିଜୁଳି ମାଡରେ ମା , ଝିଅଙ୍କ ମୃତ୍ୟୁ ହୋଇଛି । ଆଉ ୨ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁରତଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ ଜମ୍ବୁ ଥାନା ଅଞ୍ଚଳର ୩ ଜଣ ମହିଳା ମତ୍ସ୍ୟଜୀବୀ ଓ ଜଣେ ପୁରୁଷ ମତ୍ସ୍ୟଜୀବୀ ମାଛ ଧରିବାକୁ ଏକ ହୁଲି ଡଙ୍ଗା ନେଇ ସମୁଦ୍ରକୁ ଯାଇଥିଲେ । ଆଜି ସକାଳେ ସେମାନେ ସମୁଦ୍ର ମଧ୍ୟରେ ମାଛ ମାରୁଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିଥିଲା। ଫଳରେ ଚାରିଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପରିତୋଷ ମଣ୍ଡଳଙ୍କ ପତ୍ନୀ ପ୍ରଣତି ମଣ୍ଡଳ( ୫୫ ବର୍ଷ) ଓ ନିତାଇ ମଣ୍ଡଳଙ୍କ ପତ୍ନୀ ଦିପାଳୀ ମଣ୍ଡଳ(୪୦ ବର୍ଷ)ଙ୍କର ସେହି ଡଙ୍ଗା ଉପରେ ମୃତ୍ୟୁ ଘଟିଥିଲା ଉଭୟଙ୍କ ଶରୀରର ଅଧିକାଂଶ ଅଞ୍ଚଳ ଜଳିଯାଇଛି । ସେହିପରି ତାରକ ମଣ୍ଡଳ(୨୨ ବର୍ଷ) ଓ ସପନ ମଣ୍ଡଳଙ୍କ ପତ୍ନୀ ଦାସୀ ମଣ୍ଡଳ(୪୦ ବର୍ଷ) ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି।

ସେହିପରି ଅସ୍ତରଙ୍ଗ କାକଟପୁରରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଘର ଉପରେ ବଜ୍ରପାତ ହୋଇଛି । କାକଟପୁର ବ୍ଲକ ବିଭୂତିପୂର ଗାଁରେ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ବଜ୍ରପାତ ହୋଇଛି । ଏଥିରେ କୈଳାଶଙ୍କ ସମେତ ତାଙ୍କ ୨ ଝିଅ ଆହତ ହୋଇଛନ୍ତି । ସମସ୍ତଙ୍କୁ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଘରର ଟିଭି,ଫ୍ରିଜ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡିଯାଇଛି ।