ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମ ପରେ ବିଜୟ ସଂକଳ୍ପ ସମାବେଶରେ ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

85

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁୂ କେନ୍ଦ୍ରମନ୍ତ୍ରୀ ଘନଘନ ଓଡିଶା ଗସ୍ତ କରୁଥିବା ବେଳେ ଆସନ୍ତାକାଲି ଦୁଇ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଓ ମନୋଜ ସିହ୍ନା ଓଡିଶା ଗସ୍ତରେ ଆସିବେ । ଦୁଇ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । କେବଳ କେନ୍ଦ୍ରମନ୍ତ୍ରୀ ନୁହଁନ୍ତି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୟ କଟିଆର ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ଉଭୟ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ପରେ ବିଜେପିର ସଂକଳ୍ପ ସମାବେଶରେ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ।

ସେହିଭଳି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଜୟ କଟିଆର ବଲାଙ୍ଗୀର, ବରଗଡ ଓ ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଆଗାମୀ ନିର୍ବାଚନରେ ବିଜେପି ଫୋକସରେ ଓଡିଶା ରହିଥିବାରୁ ବିଜେପିର ବଡ ଚେହେରା ବାରମ୍ବାର ଓଡିଶା ଗସ୍ତରେ ଆସି ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଖାସକରି ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଏହି ଜିଲ୍ଲା ଗୁଡିକ ଉପରେ ଫୋକସ କରିଛି ବିଜେପି ।