କନକ ବ୍ୟୁରୋ : ମାର୍ଚ୍ଚ ୭ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଯେପରି ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ହବରେ ପହଞ୍ଚିବ ଏବଂ ହବ୍ରୁ ପରୀକ୍ଷା କେନ୍ଦ୍ରକୁ ଯିବ ସେନେଇ +୨ କାଉନସିଲ୍ କର୍ତ୍ତୃପକ୍ଷ ବହୁ ପଦକ୍ଷେପ ନେଇଛନ୍ତି। ସେହିପରି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲା ଭଳି +୨ ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହେବ ସେଥିପାଇଁ ପରୀକ୍ଷା ହଲ୍କୁ ମୋବାଇଲ୍ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି।
/kanak/media/post_attachments/wp-content/uploads/2019/02/CBSE-Board-Exams-2019.jpg)
/kanak/media/post_attachments/wp-content/uploads/2019/01/Examination-results-222.jpg)
କପି ଉପରେ ରୋକ୍ ଲଗାଇବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ, ଜୋନାଲ୍ ଏବଂ ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ଗଠନ ହୋଇଛି। ଏହି ସ୍କ୍ବାଡ୍ ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ଅଚାନକ ଚଢ଼ଉ କରିବେ। ପରୀକ୍ଷା ହବ୍ରୁ ପ୍ରଶ୍ନପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଅଧ୍ୟାପକମାନଙ୍କୁ ବି ସ୍କ୍ବାଡ୍ ଭାବେ ନିୟୋଜିତ କରାଯିବ। ଯଦି କୌଣସି ପରୀକ୍ଷା କେନ୍ଦ୍ରରେ କିଛି ଅନିୟମିତତା ହେଉଥିବା ବା କପି ହେଉଥିବା ସାଧାରଣ ଲୋକ ଜାଣିବେ ତେବେ ତୁରନ୍ତ କାଉନସିଲ କଣ୍ଟ୍ରୋଲରୁମ୍ ନମ୍ବର ୦୬୭୪-୨୩୦୩୮୦୩ ଏବଂ ୦୬୭୪-୨୩୦୦୦୯୯ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହାସହ ଯଦି କାହାର କିଛି ସମସ୍ୟା ଥିବ ତେବେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ।
ସେହିପରି ଛାତ୍ରଛାତ୍ରୀ ପରୀକ୍ଷାରେ କେବଳ କଳା ବଲ୍ ପେନ୍ ବ୍ୟବହାର କରିବାକୁ କୁହାଯାଇଛି। କାଉନସିଲ୍ ଅଧ୍ୟକ୍ଷ କହିଛନ୍ତି ଯେ, ଉତ୍ତର ଖାତା ସ୍କାନ୍ ହେବାକୁ ଥିବାରୁ କଳା ବଲ୍ ପେନରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସୁପରିନଟେଣ୍ଡେଣ୍ଟମାନେ ଏନେଇ ପରୀକ୍ଷା କେନ୍ଦ୍ରରେ ପୋଷ୍ଟର, ନୋଟିସ୍ ଏବଂ ସାଇନେଜ୍ ଲଗାଇବାକୁ କୁହାଯାଇଛି। ସେହପିରି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିମାନେ ହବ୍ ଓ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ପରୀକ୍ଷା ସୁପରିଚାଳନାରେ ସହଯୋଗ କରିବାକୁ କାଉନସିଲ୍ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।