କଟକରେ ପୁଣି ଫୁଟିଲା ବୋମା ! ବାଦାମବାଡ଼ି ଅଂଚଳରେ ଥିବା ଏକ ହୋଟେଲ ଉପରକୁ ବୋମାମାଡ଼

36

କନକ ବ୍ୟୁରୋ: କଟକରେ ପୁଣି ଫୁଟିଲା ବୋମା । ବାଦାମବାଡ଼ି ଅଂଚଳରେ ଥିବା ଏକ ହୋଟେଲ ଉପରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ପୁଲିସ୍ ପହଂଚି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମାତ୍ର ୧୦ଦିନ ପୂର୍ବରୁ ମଧ୍ୟ ଏଠାରୁ ୫୦ମିଟର ଦୂରରେ ଏଭଳି ବୋମାମାଡ଼ ହୋଇଥିଲା । ଗତ ୧୫ ଦିନ ମଧ୍ୟରେ ସମାନ ଅଂଚଳରେ ଦୁଇ ଦୁଇ ଥର ବୋମାମାଡ଼ ଘଟଣା ସ୍ପଷ୍ଟ କରିଛି କି , ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ।

ତେବେ ଏବେ ପାର୍ବଣର ଋତୁ ଆସୁଛି ଓ ଅନ୍ୟପଟେ ବାଦାମବାଡି ବସଷ୍ଟାଣ୍ଡରେ ଦେଖାଦେଇଥିବା ଉଚ୍ଛେଦ ବ୍ୟବସ୍ଥାକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗିରହିଛି ଆଉ ବାରମ୍ବାର ଏପରି ଘଟଣା ଘଟିବା ପୁଲିସ ପାଇଁ ଯେପରି ଏକ ଖୋଲା ଚ୍ୟାଲେଂଜ ପାଲଟିଯାଇଛି ।