ଦୁଇଟି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ୪ ମୃତ ୧୨ ଗୁରୁତର

46

ଯାଜପୁର : ଯାଜପୁର ଜାରକା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍କୁ ଧକ୍କା ଦେଲା ଟାଟା ସୁମୋ । ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ମୃତକମାନେ ପଶ୍ଚିମବଂଗ ୨୪ ପ୍ରଗଣା ଅଂଚଳର ହୋଇଥିବା ଜଣାପଡ଼ିଛି । ତେବେ ଗୁରତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଟାଟା ସୁମୋ ଡ୍ରାଇଭରଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସେହିପରି ଭଂଜନଗର ଦସପଲ୍ଲା ରାସ୍ତା ତୁଳସିପୁର ନିକଟରେ ମଧ୍ୟ ଏକ ଦୁର୍ଘଟଣା ହୋଇଛି । ଯାତ୍ରୀବାହି ମିନ ବସ୍ ଓଲଟି ଜଣକର ମୃତୁ୍ୟ ହୋଇଛି । ଏହାସହ ୧୦ରୁ ଅଧିକ ଆହାତ ହୋଇଛନ୍ତି । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି । ବସଟି ଦଶପଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଭଂଜନଗର ଡାକ୍ତରଖାନାରେ ଭର୍ତି କରାଯାଇଛି ।