ଆଜି ଦେବସ୍ନାନ ପୂର୍ଣ୍ଣିମା : ସ୍ନାନବେଦୀରେ ମହାପ୍ରଭୁଙ୍କ ମହାସ୍ନାନ,ଶ୍ରୀକ୍ଷେତ୍ର ଚଳଚଂଚଳ

40

କନକ ବ୍ୟୁରୋ :  ଆଜି ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ଶ୍ରୀଜୀଉ ଆଜି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଛି । ଏଥିପାଇଁ ସକାଳୁ ୩ ଠାକୁରଙ୍କ ନୀତିକାନ୍ତି ଚାଲିଛି । ସ୍ନାନବେଦୀରେ ୩ ଠାକୁରଙ୍କ ପହଣ୍ଡି କରାଯାଇଛି ।

ମଧ୍ୟାହ୍ନରେ ଛେରାପହଁର ପରେ ହାତୀବେଶ ହେବ । ଏଥିପାଇଁ ପୁରୀରେ ଭକ୍ତଙ୍କ ଗହଳି ଲାଗିରହିଛି । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଛୁଇଁବା ଉପରେ ଏଥର ପ୍ରଶାସନ ଜାରି କରିଛି କଟକଣା । ଏଥିପାଇଁ ଶ୍ରୀମନ୍ଦିର ଚାରିପଟୋ ହୋର୍ଡିଂ ମରାଯାଇଛି । ଏ ନେଇ ଓଡିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାରେ ସଚେତନ କରାଯାଇଛି । ସମଗ୍ର ଅଂଚଳକୁ ସିସିଟିଭି ନଜରରେ ରଖାଯାଇଛି ।