ନନ୍ଦନକାନନରେ ବାଘ ଶିକାରର ଲାଇଭ ସୋ ! ମାଙ୍କଡକୁ ଖୁଆଡ ଭିତରକୁ ଝାଂପି ନେଇଗଲା ମହାବଳ

82

କନକ ବ୍ୟୁରୋ : ମାଙ୍କଡକୁ ଝାଂପି ନେଲା ମହାବଳ ବାଘ । ଏପରି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନର ୩୧ ନମ୍ବର ‘ଖ’ ଖୁଆଡରେ । ମହାବଳ ବାଘ ବାହୁବଳୀର ଖୁଆଡକୁ ଏକ ହନୁମାଙ୍କଡ ପଶି ଆସିବାରୁ ଝାମ୍ପି ନେଇଥିଲା । ଆଉ ବାଘ ଶିକାର କରୁଥିବା ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ବହୁ ପର୍ଯ୍ୟଟକ ।

ଖବର ପାଇ ତୁରନ୍ତ ନନ୍ଦନକାନନ କର୍ମଚାରୀ ବାହୁବଳୀ କବଳରୁ ଅଧାଖିଆ ମାଙ୍କଡର ଶରୀରକୁ ଛଡାଇ ନେଇଥିଲେ । ବାହୁବଳୀ ହେଉଛି ଜଙ୍ଗଲି ବାଘ ନନ୍ଦନ ଓ ନନ୍ଦନକାନନର ବାଘୁଣୀ ମେଘା ମିଳନରୁ ଗତ ୨୦୧୬ ମସିହା ଅପ୍ରେଲ ୨୦ ତାରିଖରେ ଜନ୍ମ ଲାଭ କରିଥିବା ମହାବଳ ବାଘ ।