ଆଜିଠୁ ରାଜଧାନୀରେ ଗଡିବ ସିଏନଜି ଚାଳିତ ଅଟୋ ଏବଂ ସ୍କୁଟି ! ଗ୍ୟାସ ଫିଲିଂ ଷ୍ଟେସନ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

31

କନକ ବ୍ୟୁରୋ : ଆଜିଠାରୁ ରାଜଧାନୀରେ ଗଡିବ ସିଏନଜି ଚାଳିତ ଦୁଇ ଓ ତିନି ଚକିଆ ଯାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓ ପଟିଆରେ ସିଏନଜି ଫିଲିଙ୍ଗ ଷ୍ଟେସନକୁ ଉଦଘାଟନ କରିବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଦୁଇଟି ଫିଲିଙ୍ଗ ଷ୍ଟେସନ ଖୋଲୁଥିବାବେଳେ ୨୦୧୯ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ୧୫ଟି ଷ୍ଟେସନ ଖୋଲିବାର ଯୋଜନା ରହିଛି ।

ପାରମ୍ପରିକ ଇନ୍ଧନ ତୁଳନାରେ ସିଏନଜି ପରିବେଶ ଉପଯୋଗୀ, ଅଧିକ ସୁରକ୍ଷିତ, ଶସ୍ତା ଓ ଏହା ଶୀଘ୍ର ପ୍ରଜ୍ଜ୍ୱଳିତ ହୋଇନଥାଏ । ଅନ୍ୟପଟେ ଦୁଇଚକିଆ ଓ ତିନିଚକିଆ ଯାନରେ ଏହା ପେଟ୍ରୋଲ ଓ ଡିଜେଲଠାରୁ ଅଧିକ ମାଇଲେଜ ଦେଇଥାଏ । ସେପଟେ ଆସନ୍ତା ୧୭ ତାରିଖରେ ଯାଜପୁରରେ ଧାମରାଠାରୁ ଅନୁଗୁଳ ପାଇପ ଲାଇନ ସଂଯୋଗୀକରଣର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ।