କ୍ୟାମେରାରେ ମଣିଷଖିଆ ବାଘ ! ନୂଆପଡ଼ା ହଳଦୀପଡାରେ ଘୁରୁବୁଲୁଛି ଶିଶୁକୁ ଝାମ୍ପିନେଇଥିବା ବାଘ, ଗାଁ ଲୋକ ଆତଙ୍କିତ

37

କନକ ବ୍ୟୁରୋ : ନୂଆପଡ଼ା ହଳଦୀ ଗାଁରେ ବାଘ ଆତଙ୍କ । କଲରାପତରିଆ ବାଘଟି ଗାଁରେ ବୁଲୁଥିବାର ଦେଖି ଗାଁ ଲୋକଙ୍କ ଭୟଭୀତ ହୋଇପଡିଛନ୍ତି । ଆଜି ସକାଳେ ଏକ ମନ୍ଦିର ପାଖରେ ବାଘଟି ବୁଲୁଥିବାର ଦେଖିବାକୁ ମିଳିଛି । ଫଳରେ ଗାଁରେ ଆତଙ୍କ ଖେଳିଯାଇଛି । ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗତ କିିଛି ଦିନ ତଳେ ରାତିରେ ଶୋଇଥିବା ସମୟରେ ବାଘଟି ଏକ ୪ ବର୍ଷର ଶିଶୁକୁ ମା କୋଳରୁ ଝାମ୍ପିନେଇଥିଲା । ଏହା ପରେ ଶିଶୁଟିର କ୍ଷତବିକ୍ଷତ ମୃତଦେହ ଜଙ୍ଗଲରୁ ମିଳିଥିଲା ।