ଓଡ଼ିଶା ପାଇଁ ଗର୍ବ ଓ ଗୌରବ ! ଲିଟିଲ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସାମିଲ ହେଲେ ଓଡ଼ିଆ ଝିଅ ପଦ୍ମାଳୟା

40

ଜର୍ଜିଆରେ ଅନୁଷ୍ଠିତ ଲିଟିଲ ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଓଡିଆ ଝିଅ ପଦ୍ମାଳୟା । ୧୬ ଜଣକୁ ନେଇ ଅନୁଷ୍ଠିତ ଫାଇନାଲର ୧୫ ଟି ରାଉଣ୍ଡ ପରେ ୬ ଜଣ ପ୍ରତିଯୋଗୀ ବିଦାୟ ନେଇଛନ୍ତି । ସଚେତନତା ରାଉଣ୍ଡରେ ପଦ୍ମାଳୟା ପୋଷ୍ଟର ଜରିଆରେ ଆତଙ୍କବାଦ ବିରୋଧରେ ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ । ଖାଲି ସେତିକି ନୁହଁ, ବସୁଧୈବ କୁଟୁମ୍ବ କମ ଭଳି ମହତ୍ ବାର୍ତ୍ତାକୁ ଇଂରାଜୀ ସମେତ, ହିନ୍ଦୀ ଓ ସଂସ୍କୃତରେ ଲେଖି ସେ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେବେ ଅନଲାଇନ ଭୋଟିଂ ପ୍ରକ୍ରିୟାରେ ପଦ୍ମାଳୟା ପଛରେ ପଡିଯାଉଥିବାରୁ ତାଙ୍କୁ ଭୋଟ୍ ଦେବା ପାଇଁ ତାଙ୍କ ମା’ ନିବେଦନ କରିଛନ୍ତି । ତେଣୁ ଓଡିଶାବାସୀ ଓଡିଆ ଝିଅ ପଦ୍ମାଳୟାକୁ ଜିତାଇବା ପାଇଁ ଫେସବୁକରେ ଲିଟିଲ ମିସ ୟନିଭର୍ସ ସାଇଟକୁ ଯାଇ ପଦ୍ମାଳୟା ନନ୍ଦଙ୍କୁ ଗୋଟିଏ ଲାଇକ କରି ଭୋଟ ଦେଇପାରିବେ । ଭୋଟିଂ ଲାଇନ ଆସନ୍ତା ୪ ତାରିଖ ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲାରହିବ । ସୀମିତ ସମୟ ପାଇଁ ଭୋଟିଂ ଲାଇନ ଖୋଲାଥିବାରୁ ଓଡିଶାବାସୀଙ୍କୁ ତାଙ୍କ ମା’ ଭୋଟ ପାଇଁ ନିବେଦନ କରିଛନ୍ତି ।